Home
About Us
Staffing Pattern
Activities
Award
Budget
Affiliated Institutions
Publications
Photo Gallery
Akademi Audiovisual
Folk Art Forms of Odisha
Contact Us
   
   
        Home Page  |  Contact Us
 
Activities Report 2021-2022 Activities Report 2022-2023
Activities Report 2017-2018 Activities Report 2019-2020 Activities Report 2020-2021
Activities Report 2016-2017 Activities Report 2015-2016 Activities Report 2014-2015
 
  • ୧. ଆଭାଷି କାର୍ଯ୍ୟକ୍ରମ - ତା ୦୯.୦୬.୨୦୨୦ ଓ ୧୦.୦୬.୨୦୨୦ ରିଖ
    ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ତା ୦୯.୦୬.୨୦୨୦ ରିଖରେ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ, ପଣ୍ଡିତ ଗୁରୁ ରାମହରି ଦାସ ଓ ଗୁରୁ ଡ. ବିଜୟ କୁମାର ଜେନାଙ୍କ ଦ୍ୱୈତ କଣ୍ଠରେ ଓଡ଼ିଶୀ ସଙ୍ଗୀତ, ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀଙ୍କ ଦ୍ୱାରା ତାଳବାଦ୍ୟ, ଶ୍ରୀଜଗନ୍ନାଥାୟନ କାର୍ଯ୍ୟକ୍ରମ ଅନ୍ତର୍ଭୂକ୍ତ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଶତପଥୀଙ୍କ ଦ୍ୱାରା ଏକକ ଅଭିନୟ ନାଟକ ଶ୍ରୀ ଜୟଦେବ ଡିଜିଟାଲ୍‌ ରେକର୍ଡ଼ିଂ ହୋଇଥିଲା । ସେହିପରି ୧୦.୦୬.୨୦୨୦ ରିଖରେ ଶ୍ରୀଜଗନ୍ନାଥାୟନ କାର୍ଯ୍ୟକ୍ରମ ଅନ୍ତର୍ଭୂକ୍ତ ଶ୍ରୀଯୁକ୍ତ ବୀରକିଶୋର ତ୍ରିପାଠୀଙ୍କ ଦ୍ୱାରା ଭକ୍ତି ସୁମନ, ପ୍ରତିଷ୍ଠିତ ଶିଳ୍ପୀ ଶ୍ରୀମତୀ ଗୀତା ଦାଶ, ଶ୍ରୀଯୁକ୍ତ ମହାପ୍ରସାଦ କର, ଶ୍ରୀଯୁକ୍ତ ତାପସ କୁମାର ଦାସ (ବିଭୁକିଶୋର), ଶ୍ରୀଯୁକ୍ତ ବିଷ୍ଣୁମୋହନ କବି ଓ ଶ୍ରୀମତୀ ଶ୍ୱେତା ମିଶ୍ରଙ୍କ ଦ୍ୱାରା ସୁଗମ ସଙ୍ଗୀତ ଏବଂ ଭୁବନେଶ୍ୱରସ୍ଥ ମିରର ଥିଏଟର କଳାକାର ଶ୍ରୀଯୁକ୍ତ ଶିବପ୍ରସାଦ ତ୍ରୀପାଠୀଙ୍କ ଦ୍ୱାରା ଏକକ ଅଭିନୟ ନାଟକ “ବଞ୍ôଚବାକୁ ଚାହେଁ” ଡିଜିଟାଲ୍‌ ରେକର୍ଡ଼ିଂ ହୋଇଥିଲା ଯାହାକି ତା ୧୩.୦୬.୨୦୨୦ ରିଖରୁ ପ୍ରତ୍ୟେହ ଶନିବାର ଓ ରବିବାର ଘ.୧୦.୩୦ ମିନିଟ୍‌ ରୁ ୧୧ ଘଟିକା ପର୍ଯ୍ୟନ୍ତ ୮ ଟି ପ୍ରଭାଗରେ କନକ ନ୍ୟୁଜ୍‌ ଗଣମାଧ୍ୟମ ଦ୍ୱାରା ପ୍ରସାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରମୋସଂଗୀତ ରଚନା କରିଥିଲେ ଶ୍ରୀଯୁକ୍ତ ସଚ୍ଚି ମହାନ୍ତି ଓ ସ୍ୱର ପ୍ରଦାନ କରିଥିଲେ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ବିଷ୍ଣୁମୋହନ କବି ।

  • ୨. ବାଣିକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଜୟନ୍ତୀ - ତା ୦୯.୦୭.୨୦୨୦ ରିଖ
    ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ‘ବାଣିକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଜୟନ୍ତୀ’ ତା ୦୯.୦୭.୨୦୨୦ ରିଖରେ ଡିଜିଟାଲ ଗଣ ମାଧ୍ୟମରେ ପ୍ରସାରଣ ପାଇଁ ପ୍ରସ୍ତୁତି ଭୁବନେଶ୍ୱରସ୍ଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, କମିଶନର ତଥା ଶାସନ ସଚିବ, ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ଏବଂ ଅତିରିକ୍ତ ଶାସନ ସଚିବ, ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ଏକାଡେମୀର ସଭାପତି ଡଃ. ରାମକୃଷ୍ଣ ସାହୁ ଓ ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ଭକ୍ତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ବାଣିକଣ୍ଠଙ୍କ ଦ୍ୱାରା ପରିବେଷିତ କେତେକ କଣ୍ଠ ସଂଗୀତ ଶ୍ରୀଯୁକ୍ତ ସୂର୍ଯ୍ୟ ଦେଓଙ୍କ ଦ୍ୱାରା ଡିଜିଟାଲ ରେକଡିଂ କରାଯାଇଥିଲା ।

  • ୩. ଗୁରୁଶିଷ୍ୟ ପରମ୍ପରା “ଦୀକ୍ଷାନ୍ତ” କାର୍ଯ୍ୟକ୍ରମ - ଅଗଷ୍ଟ,୨୦୨୦ ରୁ ମାର୍ଚ୍ଚ,୨୦୨୧
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଲୁପ୍ତ ହେବାକୁ ଯାଉଥିବା ଲୋକ ସଂସ୍କୃତିର ପୁନରୁଦ୍ଧାର ନିମନ୍ତେ ଗୁରୁକୁଳ ପରମ୍ପରାକୁ ଭିତ୍ତିକରି “ଦୀକ୍ଷାନ୍ତ” କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ତରପିଢ଼ିମାନଙ୍କୁ ଏଥିରେ ସାମିଲ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ‘ଘୋଡ଼ା ନାଚ, ଚୌଦ୍ୱାର, କଟକ, ‘ସମ୍ପ୍ରଦା’, ବରଗଡ଼, ‘ପ୍ରହ୍ଲାଦ ନାଟକ’, ଧବଳପୁର, ଗଞ୍ଜାମ, ‘ବନାବାଡ଼ି’, କଳାହାଣ୍ଡି, ଏବଂ ‘ଦୁରୁଆ ନୃତ୍ୟ’, କୋରାପୁଟକୁ ସଂଯୁକ୍ତ କରାଯାଇଅଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୬ ମାସ ଅବଧି ମଧ୍ୟରେ ସୀମିତ ରହିଥିଲା । ଏଥି ନିମିତ୍ତ ଘୋଡ଼ାନାଚ : ଗୁରୁ ଉତ୍ସବ ଚରଣ ଦାସ, ପ୍ରହ୍ଲାଦ ନାଟକ : ଗୁରୁ ସନ୍ତୋଷ କୁମାର ରଣା, ଦୁରୁହା ନୃତ୍ୟ : ଗୁରୁ ଦାସରଥୀ ଦୁରୁହା, ବନାବାଡ଼ି : ଗୁରୁ ବଂଶୀ ବୁଡ଼ାକ ଓ ସଂପ୍ରଦା : କ୍ଷିତିଭୁଷଣ ପ୍ରଧାନ ଙ୍କୁ ପ୍ରଶିକ୍ଷାନୁଷ୍ଠାନରେ ଗୁରୁ ଭାବରେ ନିଯୁକ୍ତ କରାଯାଇଛି । ଗୁରୁଙ୍କ ମାନଦେୟ ବାବଦରେ ମାସିକ ଟ. ୫,୦୦୦/- ଓ ଶିଷ୍ୟଙ୍କ ମାସିକ ଟ. ୧,୫୦୦/- ଏକାଡେମୀ ପକ୍ଷରୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଉକ୍ତ ପ୍ରଶିକ୍ଷଣ ନିମିତ୍ତ ଜଣେ ଗୁରୁ ଓ ୧୦ ଜଣ ଶିଷ୍ୟଙ୍କୁ ପ୍ରଶିକ୍ଷଣ କରିବାର ସୁବିଧା ରଖାଯାଇଛି ।

  • ୪. ପ୍ରଭୁପାଦ ମୋହନସୁନ୍ଦର ଦେବଗୋସ୍ୱାମୀଙ୍କ ଜୟନ୍ତୀ - ତା ୦୮.୦୮.୨୦୨୦ ରିଖ :
    ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ‘ପ୍ରଭୁପାଦ ମୋହନସୁନ୍ଦର ଦେବଗୋସ୍ୱାମୀ ଜୟନ୍ତୀ’ ତା ୦୮.୦୮.୨୦୨୦ ରିଖରେ ଡିଜିଟାଲ ଗଣ ମାଧ୍ୟମ (ୟସଶସଗ୍ଧବକ୍ଷ) ରେ ପ୍ରସାରଣ ପାଇଁ ପ୍ରସ୍ତୁତି ଭୁବନେଶ୍ୱରସ୍ଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବରପୁତ୍ରଙ୍କ ଉପରେ ବିଖ୍ୟାତ ଚଳଚ୍ଚିତ୍ର ପ୍ରଯୋଜକ ନିର୍ଦ୍ଦେଶକ ତଥା କଳାକାର ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦଙ୍କ ବକ୍ତବ୍ୟ ରେକଡ଼ିଂ କରାଯାଇ ପ୍ରଚାର ପ୍ରସାର କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ନିର୍ଦ୍ଦେଶକ ଏବଂ ଅତିରିକ୍ତ ଶାସନ ସଚିବ, ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ଏକାଡେମୀର ସଭାପତି ଡଃ. ରାମକୃଷ୍ଣ ସାହୁ ଓ ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ଭକ୍ତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ପ୍ରଭୁପାଦ ମୋହନସୁନ୍ଦର ଦେବଗୋସ୍ୱାମୀଙ୍କ ଦ୍ୱାରା ପରିବେଷିତ କେତେକ କଣ୍ଠ ସଂଗୀତ ଶ୍ରୀଯୁକ୍ତ ସୂର୍ଯ୍ୟ ଦେଓଙ୍କ ଦ୍ୱାରା ଡିଜିଟାଲ ରେକଡିଂ କରାଯାଇଥିଲା ।
  • ୫. ସ୍ୱାଧୀନତା ଦିବସ ଅବସରରେ ଭର୍ଚୁଆଲ କାର୍ଯ୍ୟକ୍ରମ “ଭାରତୀୟମ” - ତା ୧୫.୦୮.୨୦୨୦ ରିଖ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭାରତୀୟମ୍‌ କାର୍ଯ୍ୟକ୍ରମର ବଛା ବଛା ଦେଶାତ୍ମବୋଧକ ସଂଗୀତକୁ ସମ୍ପାଦନ କରାଯାଇ ଦୂରଦର୍ଶନରେ ତା ୧୫.୦୮.୨୦୨୦ ରିଖରେ ପ୍ରଦର୍ଶନ କରାଯାଇଅଛି ।
  • ୬. ‘ଆମ ଶିଳ୍ପୀ ଆମ ଗର୍ବ’ ବିଶିଷ୍ଟ କଳାକାର ଶୀଯୁକ୍ତ ଅନନ୍ତ ମହାପାତ୍ରଙ୍କ ଶିଳ୍ପୀ ସାକ୍ଷାତକାର – ତା ୦୪.୦୯.୨୦୨୦
    ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଶିଳ୍ପୀ ସାକ୍ଷାତକାର ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଆଧାରରେ ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କ ଜୀବନାୟନ ଓ ସଂପୃକ୍ତ କ୍ଷେତ୍ରରେ ଶ୍ରେଷ୍ଠ କୃତୀକୁ ପ୍ରାମାଣିକ ତଥ୍ୟ ସହିତ ବୃତ୍ତଚ୍ଚିତ୍ର ମାଧ୍ୟମରେ ସଂରକ୍ଷଣ କରାଯାଇ ଉତ୍ତର ପିଢିମାନଙ୍କୁ ଓଡ଼ିଶାର ପାରମ୍ପରିକ ସଂଗୀତ, ଲୋକସଂଗୀତ ଓ ନୃତ୍ୟ ତଥା ନାଟ୍ୟକଳା କ୍ଷେତ୍ରରେ ତଥ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକାଡେମୀ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକଙ୍କ ଜୀବନବ୍ୟାପୀ ସାଧନା ଓ କାର୍ଯ୍ୟାବଳୀ ସମ୍ପର୍କରେ ସାକ୍ଷାତକାର କାର୍ଯ୍ୟକ୍ରମ ତା ୦୪.୦୯.୨୦୨୦ରିଖରେ ଭୁବନେଶ୍ୱରସ୍ଥ ମାଉସୀ ମା ମନ୍ଦିର ପାଖ ଯାହାକି ତାଙ୍କ ନିଜସ୍ୱ ବାସଭବନରେ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ କାନ୍‌ମାସ୍‌, ପାରାଦ୍ୱୀପର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ରୀମନ ମିଶ୍ର ପ୍ରଶ୍ନ କର୍ତ୍ତା ଭାବେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀଯୁକ୍ତ ପ୍ରବୋଧ ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ ।
  • ୭. ‘ଆମ ଶିଳ୍ପୀ ଆମ ଗର୍ବ’ ବିଶିଷ୍ଟ ନାଟ୍ୟକାର, ଶୀଯୁକ୍ତ ମନୋରଞ୍ଜନ ଦାସଙ୍କ ଶିଳ୍ପୀ ସାକ୍ଷାତକାର – ତା ୦୭.୦୯.୨୦୨୦
    ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଶିଳ୍ପୀ ସାକ୍ଷାତକାର ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଆଧାରରେ ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କ ଜୀବନାୟନ ଓ ସଂପୃକ୍ତ କ୍ଷେତ୍ରରେ ଶ୍ରେଷ୍ଠ କୃତୀକୁ ପ୍ରାମାଣିକ ତଥ୍ୟ ସହିତ ବୃତ୍ତଚ୍ଚିତ୍ର ମାଧ୍ୟମରେ ସଂରକ୍ଷଣ କରାଯାଇ ଉତ୍ତର ପିଢିମାନଙ୍କୁ ଓଡ଼ିଶାର ପାରମ୍ପରିକ ସଂଗୀତ, ଲୋକସଂଗୀତ ଓ ନୃତ୍ୟ ତଥା ନାଟ୍ୟକଳା କ୍ଷେତ୍ରରେ ତଥ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକାଡେମୀ ପକ୍ଷରୁ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ମନୋରଞ୍ଜନ ଦାସଙ୍କ ଜୀବନବ୍ୟାପୀ ସାଧନା ଓ କାର୍ଯ୍ୟାବଳୀ ସମ୍ପର୍କରେ ସାକ୍ଷାତକାର କାର୍ଯ୍ୟକ୍ରମକୁ ତା ୦୭.୦୯.୨୦୨୦ରିଖରେ ଏକାଡେମୀ ପକ୍ଷରୁ ବୈଦ୍ୟୁତିକ ଗଣମାଧ୍ୟମ (ଙ୍ଖସକ୍ସଗ୍ଧଙ୍କବକ୍ଷ କ୍ଟ୍ରକ୍ସକ୍ଟଶକ୍ସବଜ୍ଞଜ୍ଞର) ଜରିଆରେ ପ୍ରସାରଣ କରାଯାଇଥିଲା ।
  • ୮. ଭଗବାନ ସାହୁଙ୍କ ଜୟନ୍ତୀ - ତା ୨୧.୦୯.୨୦୨୦ ରିଖ :
    ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ‘ଭଗବାନ ସାହୁଙ୍କ ଜୟନ୍ତୀ’ ତା ୨୧.୦୯.୨୦୨୦ ରିଖରେ ଡିଜିଟାଲ ଗଣ ମାଧ୍ୟମ (ୟସଶସଗ୍ଧବକ୍ଷ) ରେ ପ୍ରସାରଣ ପାଇଁ ପ୍ରସ୍ତୁତି ଭୁବନେଶ୍ୱରସ୍ଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଏବଂ ଅତିରିକ୍ତ ଶାସନ ସଚିବ, ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ଏକାଡେମୀର ସଭାପତି ଡଃ. ରାମକୃଷ୍ଣ ସାହୁ ଓ ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥଙ୍କ ଦ୍ୱାରା ଭକ୍ତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଭଗବାନ ସାହୁଙ୍କ ଦ୍ୱାରା ପରିବେଷିତ କେତେକ ଲୋକ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ସୂର୍ଯ୍ୟ ଦେଓଙ୍କ ଦ୍ୱାରା ଡ଼ିଜିଟାଲ ରେକଡ଼ିଂ କରାଯାଇ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯାଇଥିଲା ।
  • ୯. ଆଭାଷି କାର୍ଯ୍ୟକ୍ରମ ‘ରଙ୍ଗବତୀ’ (ପଶ୍ଚିମ ଓଡ଼ିଶା ନୃତ୍ୟ ସଂଗୀତ) - ତା ୨୫.୦୯.୨୦୨୦ରିଖ :
    ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ତା ୨୫.୦୯.୨୦୨୦ ରିଖ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଉତ୍କଳ ରଙ୍ଗମଞ୍ଚରେ ଶ୍ରୀଯୁକ୍ତ ଧ୍ୟାନାନନ୍ଦ ପଣ୍ଡା ଓ ସାଥୀ, ପତିଭା, ଭବାନୀ ପାଟଣା, କଳାହାଣ୍ଡି ଏବଂ ଶ୍ରୀଯୁକ୍ତ ମୋହିତ କୁମାର ସ୍ୱାଇଁ ଓ ସାଥୀ, ଲହରୀ, ସମ୍ବଲପୁରଙ୍କ ଦ୍ୱାରା ପରିବେଷଣ କରାଯାଇ ଡିଜିଟାଲ୍‌ ରେକର୍ଡ଼ିଂ ହୋଇଥିଲା । ତା ୦୭.୧୧.୨୦୨୦ ରିଖ ଓ ତା ୦୮.୦୧.୨୦୧୦ ରିଖ ପ୍ରତ୍ୟହ ଶନିବାର ଓ ରବିବାର ସନ୍ଧ୍ୟାରେ ଡି ଡି ଓଡ଼ିଆର ଗଣମାଧ୍ୟମରେ ପ୍ରସାରଣ କରାଯାଇଅଛି ।
  • ୧୦. ଆଭାଷି କାର୍ଯ୍ୟକ୍ରମ ରାଜ୍ୟ ସ୍ତରୀୟ ପାଲା ଓ ଦାସକାଠିଆ ମହୋତ୍ସବ - ତା ୨୬.୦୯.୨୦୨୦ରିଖ :
    ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ତା ୨୬.୦୯.୨୦୨୦ ରିଖ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଞ୍ଚରେ ଶ୍ରୀଯୁକ୍ତ ସୁଦର୍ଶନ ଜେନା ଓ ସାଥୀ, ବାଙ୍କି, କଟକ, ଲକ୍ଷ୍ମିପ୍ରିୟା ଦାସ ଓ ସାଥୀ, ଜଗତସିଂହପୁର, ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଓ ସାଥୀ, କଟକ ଓ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତ ଓ ସାଥୀ, ପୁରୀଙ୍କ ଦ୍ୱାରା ପାଲା ପରିବେଷଣ ଏବଂ ଶ୍ରୀଯୁକ୍ତ ବିଶ୍ୱନାଥ ପ୍ରଧାନ ଓ ସାଥୀ, ନୟାଗଡ଼, ଶ୍ରୀଯୁକ୍ତ ସତ୍ୟନାରାୟଣ ନାୟକ ଓ ସାଥୀ, ଜଗତସିଂହପୁର, ଶ୍ରୀଯୁକ୍ତ ବାଳକୃଷ୍ଣ ମିଶ୍ର ଓ ସାଥୀ, ଗଞ୍ଜାମ ଓ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ଦାସଶର୍ମା, ଓ ସାଥୀ, ଗଞ୍ଜାମଙ୍କ ଦ୍ୱାରା ଦାସକାଠିଆ ପରିବେଷଣ କରାଯାଇ ଡ଼ିଜିଟାଲ୍‌ ରେକର୍ଡ଼ିଂ ହୋଇଥିଲା । ତା ୧୩.୧୧.୨୦୨୦ ରିଖ ଠାରୁ ତା ୧୬.୦୧.୨୦୨୧ ରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟାରେ ଡି ଡି ଓଡ଼ିଆ ଗଣମାଧ୍ୟମରେ ପ୍ରସାରଣ କରାଯାଇଅଛି ।
  • ୧୧. ଆଭାଷି କାର୍ଯ୍ୟକ୍ରମ : ଓଡ଼ିଶୀ ନୃତ୍ୟ ଓ ସଂଗୀତ ଉତ୍ସବ “ବର୍ଣ୍ଣାଳୀ” - ତା ୨୭.୦୯.୨୦୨୦ ରିଖ :
    ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ତା ୨୭.୦୯.୨୦୨୦ ରିଖ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥ ଉତ୍କଳ ରଙ୍ଗମଞ୍ଚରେ ଓଡ଼ିଶୀ ନୃତ୍ୟ - ଶ୍ରୀମତୀ କବିତା ମିଶ୍ର, ଭୁବନେଶ୍ୱର, ଶ୍ରୀମତୀ ମୀରା ଦାସ, କଟକ, ପ୍ରିତିମୟୀ ସାହୁ ଓ ପ୍ରିତିକା ପରିଡ଼ା (ଦ୍ୱୈତନୃତ୍ୟ) ଏବଂ ଓଡ଼ିଶୀ କଣ୍ଠ ସଂଗୀତ - ଶ୍ରୀଯୁକ୍ତ ରୂପକ କୁମାର ପରିଡ଼ା ଓ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାସ (ବେହେଲା), ଭୁବନେଶ୍ୱର, ଶ୍ରୀମତୀ ସଙ୍ଗୀତା ପଣ୍ଡା ଓ ଜୱାହର ମିଶ୍ର (ବଂଶୀ) ଭୁବନେଶ୍ୱରଙ୍କ ଦ୍ୱାରା ଯୁଗଳବନ୍ଦୀରେ ପରିବେଷଣ କରାଯାଇ ଡିଜିଟାଲ୍‌ ରେକର୍ଡ଼ିଂ କରାଯାଥିଲା ଓ ତା ୨୩.୧୦.୨୦୨୦ ରିଖ ଠାରୁ ତା ୨୫.୧୦.୨୦୨୦ ରିଖ ପ୍ରତ୍ୟେହ ସନ୍ଧ୍ୟାରେ ଡ଼ି ଡ଼ି ଓଡ଼ିଆ ଗଣମାଧ୍ୟମରେ ପ୍ରସାରଣ କରାଯାଇଅଛି ।
  • ୧୨. ଆଭାଷି କାର୍ଯ୍ୟକ୍ରମ : ଶାରଦା ପ୍ରସନ୍ନ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା - ତା ୨୯.୦୯.୨୦୨୦ ରିଖ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ‘ସାରଦା ପସନ୍ନ ନାୟକ ଶ୍ରଦ୍ଧାଞ୍ଜଳି ସଭା’ ତା ୨୯.୦୯.୨୦୨୦ ରିଖରେ ଡିଜିଟାଲ ଗଣ ମାଧ୍ୟମ (ୟସଶସଗ୍ଧବକ୍ଷ) ରେ ପ୍ରସାରଣ ପାଇଁ ପ୍ରସ୍ତୁତି ଭୁବନେଶ୍ୱରସ୍ଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଏବଂ ଅତିରିକ୍ତ ଶାସନ ସଚିବ, ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ଏକାଡେମୀର ସଭାପତି ଡଃ. ରାମକୃଷ୍ଣ ସାହୁ ଓ ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ଭକ୍ତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଶାରଦା ପ୍ରସନ୍ନ ନାୟକଙ୍କ ଦ୍ୱାରା ପରିବେଷିତ କେତେକ ସଂଗୀତ ଶ୍ରୀଯୁକ୍ତ ସୂର୍ଯ୍ୟ ଦେଓଙ୍କ ଦ୍ୱାରା ଡିଜିଟାଲ ରେକଡିଂ କରାଯାଇଥିଲା ।
  • ୧୩. ଏକାଡେମୀ ଦୃଶ୍ୟ ଶ୍ରାବ୍ୟ ଅଭିଲେଖାଗାର - ତା ୦୨.୧୦.୨୦୨୦ ରିଖ :
    ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱରର ଏକ ଦୃଶ୍ୟଶ୍ରାବ୍ୟ ଅଭିଲେଖାଗାର ସ୍ମରଣୀୟ ଗାନ୍ଧୀ ଜୟନ୍ତୀ ଅବସରରେ ତା ୦୨.୧୦.୨୦୨୦ ରିଖରେ ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହି ଉଦ୍‌ଘାଟନୀ ଅବସରରେ ଉଦ୍‌ଘାଟକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ, ବରେଣ୍ୟ ଅତିଥି - ପ୍ରାକ୍ତନ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ଏବଂ ଅତିରିକ୍ତ ଶାସନ ସଚିବ, ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ବିଶିଷ୍ଟ ଗାନ୍ଧିବାଦୀ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂ ଏବଂ ଶ୍ରୀଯୁକ୍ତ ବିଶ୍ୱଜିତ୍‌ ରାୟ, ଆୟୋଜକ - ଏକାଡେମୀର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ‘ଡକୁମେଣ୍ଟାରୀ ହିଷ୍ଟ୍ରି : ଗ୍ରୁପ୍‌ ଥିଏଟର ଇନ୍‌ ଓଡ଼ିଶା’, ‘ରଙ୍ଗ ଭୂମି’ (ଓଡ଼ିଆ) ଦୁଇଗୋଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
  • ୧୪. ଏକାଡେମୀ ପକ୍ଷରୁ କେତେକ ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା - ତା ୦୨.୧୦.୨୦୨୦ ରିଖ :
    ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ‘ନାଟ୍ୟ ସମଗ୍ର’, ‘ସମ୍ବର୍ଦ୍ଧିତ ଶିଳ୍ପୀ ପରିଚୟ’ (୧୯୯୨-୨୦୧୮) ଓ ‘ଓଡ଼ିଶୀ ନୃତ୍ୟ ଆଲୋଚନା’ (ଇଂରାଜୀ ଅନୁବାଦ) ପୁସ୍ତକ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଅଛି ।
  • ୧୫. ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ ବିଦ୍ୟାଳୟ - ୫ ଅକ୍ଟୋବର, ୨୦୨୦
    ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ ଓ ସଂଗୀତର ବହୁଳ ପ୍ରଚାର ପ୍ରସାର ତଥା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ଲୋକାଦୃତ କରିବା ନିମନ୍ତେ ଅଭିଜ୍ଞ ଓଡ଼ିଶୀ ନୃତ୍ୟ /ସଙ୍ଗୀତ ଗୁରୁଙ୍କ ଦ୍ୱାରା ଅଗଷ୍ଟ ୨୦୨୦ ଠାରୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି । ପ୍ରାଥମିକସ୍ତରରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ‘କଳା ବିକାଶ କେନ୍ଦ୍ର’, ଜୁନାଗଡ଼ ସହାୟତାରେ ଏବଂ କୋରାପୁଟ ଠାରେ ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ପ୍ରଶିକ୍ଷଣ କେନ୍ଦ୍ରରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସପ୍ତାହକୁ ଦୁଇ ଦିନ ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି ।
  • ୧୬. ବିଶିଷ୍ଟ ନାଟ୍ୟ ରଚୟିତା ସ୍ୱର୍ଗତ ରାମଚନ୍ଦ୍ର ମିଶ୍ରଙ୍କ ୱେବିନାର କାର୍ଯ୍ୟକ୍ରମ - ତା ୧୨.୧୦.୨୦୨୦ ରିଖ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ବିଶିଷ୍ଟ ନାଟ୍ୟ ରଚୟିତା ସ୍ୱର୍ଗତ ରାମଚନ୍ଦ୍ର ମିଶ୍ରଙ୍କ ୱେବିନାର କାର୍ଯ୍ୟକ୍ରମ ତା ୧୨.୧୦.୨୦୨୦ ରିଖ ରାଜ୍ୟ ସଂଗ୍ରହାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା ।
  • ୧୭. ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ପରିଚାଳିତ ନୃତ୍ୟ ସଂଗୀତ ପରୀକ୍ଷା ଆୟୋଜନ - ତା ୧୮.୧୦.୨୦୨୦ ରିଖ :
    ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପରିଚାଳିତ ନୃତ୍ୟ ସଙ୍ଗୀତ ପରୀକ୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୫୪ ଟି ପରୀକ୍ଷା କେନ୍ଦ୍ରରେ ତା ୧୮.୧୦.୨୦୨୦ ରିଖରେ ତଥ୍ୟାତ୍ମକ ଓ ତା ୨୫.୧୦.୨୦୨୦ ରିଖରେ କ୍ରିୟାତ୍ମକ ପରୀକ୍ଷା ଆୟୋଜନ କରାଯାଇଥିଲା । ଏହି ପରୀକ୍ଷାରେ ନିର୍ଦ୍ଧାରିତ କେନ୍ଦ୍ରରେ ପ୍ରାରମ୍ଭିକ ଠାରୁ ଶାସ୍ତ୍ରୀ ପୂର୍ଣ୍ଣ ପର୍ଯ୍ୟନ୍ତ ଏକାଡେମୀ ପକ୍ଷରୁ ହୋଇଯାଇଛି । ସମୁଦାୟ ୩୧୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
  • ୧୮. ଆଭାଷି କାର୍ଯ୍ୟକ୍ରମ : ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଜୟନ୍ତୀ - ତା ୧୯.୧୦.୨୦୨୦ ରିଖ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ବିଶିଷ୍ଟ ସଙ୍ଗୀତଜ୍ଞ ‘ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଜୟନ୍ତୀ’ ତା ୧୯.୧୦.୨୦୨୦ ରିଖରେ ଡିଜିଟାଲ ଗଣ ମାଧ୍ୟମ (ଊସଶସଗ୍ଧବକ୍ଷ) ରେ ପ୍ରସାରଣ ପାଇଁ ପ୍ରସ୍ତୁତି ଭୁବନେଶ୍ୱରସ୍ଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜନ କରାଯାଇଥିଲା ।
  • ୧୯. ଆଭାଷି କାର୍ଯ୍ୟକ୍ରମ : ବିଶିଷ୍ଟ ଓଡ଼ିଶୀ ନୃତ୍ୟବିତ୍‌ ଗୁରୁ ଦେବପ୍ରସାଦ ଦାସଙ୍କ ଜୟନ୍ତୀ – ତା ୨୪.୧୧.୨୦୨୦ ରିଖ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ବିଶିଷ୍ଟ ଓଡ଼ିଶୀ ନୃତ୍ୟବିତ୍‌ ‘ଗୁରୁ ଦେବପ୍ରସାଦ ଦାସଙ୍କ ଜୟନ୍ତୀ’ ତା ୨୪.୧୧.୨୦୨୦ ରିଖରେ ଡିଜିଟାଲ ଗଣ ମାଧ୍ୟମ (ୟସଶସଗ୍ଧବକ୍ଷ) ରେ ପ୍ରସାରଣ ପାଇଁ ପ୍ରସ୍ତୁତି ଭୁବନେଶ୍ୱରସ୍ଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜନ କରାଯାଇଥିଲା ।
  • ୨୦. ୧୮୨ତମ ଆଦିନାଟ୍ୟକାର ଜଗମୋହନ ଲାଲ୍‌ଙ୍କ ଜୟନ୍ତୀ - ତା ୨୫.୧୧.୨୦୨୦ ରିଖ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦ, ମାହାଙ୍ଗା ମିଳିତ ସହଯୋଗରେ ‘୧୮୨ତମ ଆଦିନାଟ୍ୟକାର ଜୟନ୍ତୀ’ ତା୨୫.୧୧.୨୦୨୦ ରିଖରେ ଆଦିନାଟ୍ୟକାର ସ୍ମୃତି ମଣ୍ଡପ, ମାହାଙ୍ଗା (ମେଡ଼ିକାଲ ଛକ) ଠାରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ କପିଳମୁନି ସଙ୍ଗୀତ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି: ପ୍ରଫେସର ଡ. ନଟବର ଶତପଥୀ, ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ, ସମ୍ମାନନୀୟ ଅତିଥି : ଡ. ଜୟଶ୍ରୀ ନନ୍ଦ, ସାହିତ୍ୟ ସମାଲୋଚକ, ମୁଖ୍ୟ ବକ୍ତା : ଡ. ଜୟରାମ ସ୍ୱାଇଁ, ନାଟ୍ୟ ଗବେଷକ, ସଭାପତିତ୍ୱ : ଡ. ଭୁବନାନନ୍ଦ ସାହୁ, ସଭାପତି, ମାହାଙ୍ଗା ସାହିତ୍ୟ - ସଂସ୍କୃତି ପରିଷଦ, ମାହାଙ୍ଗା, ସମ୍ପାଦକଙ୍କ ବିବରଣୀ - ଶ୍ରୀ ଭାବଗ୍ରାହୀ ଦାଶ, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ - ଶ୍ରୀ ବିଶ୍ୱେଶ୍ୱର ମହାନ୍ତି, ଆଦିନାଟ୍ୟକାର ସମ୍ମାନ ପ୍ରଦାନ ମାନପତ୍ର ପାଠ - ଶ୍ରୀ ଅରୁଣ କୁମାର ବାରିକ, ଶ୍ରଦ୍ଧାଞ୍ଜଳି ଅର୍ପଣ - ଡ. ଏକାଦଶୀ ପ୍ରଧାନ, ଶ୍ରୀ ହୃଷିକେଶ ଲାଲ, ଶ୍ରୀ ବୀରକିଶୋର ସ୍ୱାଇଁ, ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ଶ୍ରୀ ଭୁପେନ୍‌ ଚାଟାର୍ଜୀ ଓ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ ରଥ ବକ୍ତବ୍ୟ ଉକ୍ତ ଉତ୍ସବରେ ଦେବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ଶ୍ରୀ କୃତ୍ତିବାସ ନାୟକଙ୍କୁ ଆଦିନାଟ୍ୟକାର ସମ୍ମାନ ପ୍ରଦାନ କରାଯାଇଥିଲା ।
  • ୨୧. ମଞ୍ଚ କଳା ଓ ଆଲୋକ ସଂପାତ ତାଲିମ ଭିତ୍ତିକ ନାଟ୍ୟ କର୍ମଶାଳା - ତା ୨୫.୧୧.୨୦୨୦ ରିଖ ଠାରୁ ତା ୦୯.୧୨.୨୦୨୦ ରିଖ ପର୍ଯ୍ୟନ୍ତ :
    ଓଡ଼ିଆ ନାଟକର ସାମଗ୍ରୀକ ବିକାଶକୁ ଲକ୍ଷ ରଖି ବିଶେଷ ଭାବରେ ‘ମଞ୍ଚ କଳା ଓ ଆଲୋକ ସଂପାତ ତାଲିମ ଭିତ୍ତିକ ନାଟ୍ୟ କର୍ମଶାଳା’ ଜିଲ୍ଲା ସଂସ୍କୃତି ପରିଷଦ ଓ ଅଲଟରନେଟିଭ୍‌ ରିଦିମ୍‌ ଥିଏଟର, ଢେଙ୍କାନାଳର ମିଳିତ ସହଯୋଗରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗୋବିନ୍ଦପୁର, ଢ଼େଙ୍କାନାଳ ଠାରେ ୧୫ ଜଣ ନାଟ୍ୟ ପ୍ରଶିକ୍ଷାର୍ଥୀଙ୍କୁ ତା ୨୫.୧୧.୨୦୨୦ ରିଖ ଠାରୁ ତା ୦୯.୧୨.୨୦୨୦ ରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା । ମଞ୍ଚକଳା ଓ ଆଲୋକ ସଂପାତ ବିଶେଷଜ୍ଞ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ ଦୋଳଗୋବିନ୍ଦ ରଥଙ୍କ ଦ୍ୱାରା ଶିକ୍ଷାନବୀଶମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା । ଏକାଡେମୀ ପକ୍ଷରୁ ଉକ୍ତ ଶିକ୍ଷାନବୀଶଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ନାଟ୍ୟ କର୍ମଶାଳାକୁ ସଂଯୋଜନା କରିଥିଲେ ଶ୍ରୀ ଦିନେଶ ଦାସ ।
  • ୨୨. କୋଣାର୍କ ଉତ୍ସବ - ତା ୦୧.୧୨.୨୦୨୦ ରିଖ ରୁ ତା . ୦୫.୧୨.୨୦୨୦ ରିଖ ପର୍ଯ୍ୟନ୍ତ :
    ପର୍ଯ୍ୟଟନ ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ “କୋଣାର୍କ ଉତ୍ସବ” ତା.୦୧ ରୁ ୦୫ ଡିସେମ୍ବର,୨୦୨୦ ରିଖ ପର୍ଯ୍ୟନ୍ତ ମୁକ୍ତାକାଶ ମଞ୍ଚ, କୋଣାର୍କ ଠାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ନିମ୍ନୋକ୍ତ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଙ୍କ ଦ୍ୱାରା ଓଡ଼ିଶୀ, ଭାରତନାଟ୍ୟମ, କୁଚିପୁଡ଼ି, କଥକ (ବାଲେଟ୍‌) ନୃତ୍ୟ ଆଦି ପରିବେଷଣ କରାଯାଇଥିଲା ।
    ତା. ୦୧.୧୨.୨୦୨୦ ଓଡ଼ିଶୀ ନୃତ୍ୟ :
    ଅରୁଣା ମହାନ୍ତି ଓ ସାଥୀ, ଓଡ଼ିଶା ଡ୍ୟାନ୍‌ସ ଏକାଡେମୀ, ଭୁବନେଶ୍ୱର ଭାରତନାଟ୍ୟମ ନୃତ୍ୟ : ଶୀଲା ୟୁନିକ୍ରିଷ୍ଣନ ଓ ସାଥୀ, ଶ୍ରୀଦେବୀ ନୃତ୍ୟାଳୟ, ଚେନ୍ନାଇ
    ତା. ୦୨.୧୨.୨୦୨୦ ମଣିପୁରୀ ନୃତ୍ୟ :
    ବିମ୍ବାବତୀ ଦେବୀ ଓ ସାଥୀ, ମଣିପୁରି ନର୍ତ୍ତନାଳୟ, କୋଲକତା ଓଡ଼ିଶୀ ନୃତ୍ୟ : ଶର୍ମିଳା ମୁଖାର୍ଜୀ ଓ ସାଥୀ, ସଞ୍ଜଳି ଏନ୍‌ସେମ୍ବଲୀ, ବାଙ୍ଗାଲୁର
    ତା. ୦୩.୧୨.୨୦୨୦ ଓଡ଼ିଶୀ ନୃତ୍ୟ :
    ମଧୁଲିତା ମହାପାତ୍ର ଓ ସାଥୀ, ନୃତ୍ୟାନ୍ତର, ବାଙ୍ଗାଲୁର କୁଚିପୁଡ଼ି ନୃତ୍ୟ : ବସନ୍ଥଲକ୍ଷ୍ମୀ ନରସିହ୍ମାଚାରୀ ଓ ସାଥୀ, କଳାସମର୍ପଣ ଫାଉଣ୍ଡେସନ୍‌, ଚେନ୍ନାଇ
    ତା. ୦୪.୧୨.୨୦୨୦ କଥକ (ବାଲେଟ୍‌) ନୃତ୍ୟ :
    ବିିିକ୍ରମ ଆୟେଙ୍ଗର ଓ ସାଥୀ, ରନନ, କୋଲକତା ଓଡ଼ିଶୀ ନୃତ୍ୟ : ବିଚିତ୍ରାନନ୍ଦ ସ୍ୱାଇଁ ଓ ସାଥୀ, ରୁଦ୍ରାକ୍ଷ ଫାଉଣ୍ଡେସନ ଭୁବନେଶ୍ୱର
    ତା. ୦୫.୧୨.୨୦୨୦ ଓଡ଼ିଶୀ ନୃତ୍ୟ :
    ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱର କଥକ ନୃତ୍ୟ : ଆଦିତି ମଙ୍ଗଳଦାସ ଓ ସାଥୀ, ନୂଆ ଦିଲ୍ଲୀ
  • ୨୩. କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକଙ୍କ ଜୟନ୍ତୀ - ତା ୧୩.୦୧.୨୦୨୧ ରିଖ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ କବିଚନ୍ଦ୍ର ସ୍ମୃତି ସଂସଦ, କଟକର ମିଳିତ ସହଯୋଗରେ କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ ଜୟନ୍ତୀ ତା ୧୩.୦୧.୨୦୨୧ ରିଖରେ ଶ୍ରୀରାମଚନ୍ଦ୍ର ଭବନ, କଟକ ଠାରେ ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି: ଡ. ମହେଶ୍ୱର ମହାନ୍ତି, ବିଶିଷ୍ଟ ସାହିତ୍ୟିକ, ମୁଖ୍ୟ ବକ୍ତା ଶ୍ରୀ ମନ୍ମଥ କୁମାର ଶତପଥୀ, ବିଶିଷ୍ଟ ନାଟ୍ୟକାର, ସମ୍ମାନନୀୟ ଅତିଥି, ଡକ୍ଟର ଶ୍ୟାମାମଣି ଦେବୀ, ବିଶିଷ୍ଟ କଣ୍ଠଶିଳ୍ପୀ, ସଭାପତିତ୍ୱ କରିଥିଲେ ଶ୍ରୀ ଗୌର ପଟ୍ଟନାୟକ, ସଭାପତି କବିଚନ୍ଦ୍ର ସ୍ମୃତି ସଂସଦ, କଟକ ଓ ଏକାମେୀର ସଚିବ ଶ୍ରୀ ପ୍ରବୋଧ ରଥ ଉତ୍ସବରେ ସ୍ୱାଗତ ଭାଷଣ ଦେବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଉତ୍ସବରେ ପ୍ରତିଷ୍ଠିତ ସଙ୍ଗୀତଶିଳ୍ପୀମାନଙ୍କ ଦ୍ୱାରା କବିଚନ୍ଦ୍ର ରଚନାରୁ ସଂଗୀତ ପରିବେଷଣ କରାଯାଇଥିଲା ।
  • ୨୪. ମୁକ୍ତେଶ୍ୱର ନୃତ୍ୟ ଉତ୍ସବ :ତା ୧୪ ରୁ ୧୬ ଜାନୁଆରୀ,୨୦୨୧ ରିଖ
    ପର୍ଯ୍ୟଟନ ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ତା ୧୪ ରୁ ୧୬ ଜାନୁଆରୀ,୨୦୨୧ ରିଖ ତିନିଦିନ ଧରି ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣ, ଭୁବନେଶ୍ୱରଠାରେ ଆୟୋଜନ କରାଯାଇଥିଲା । ଐତିହାସିକ, ଧାର୍ମିକକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳୀପ୍ରତି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଲକ୍ଷ । ଏହି ଉତ୍ସବରେ ନିମ୍ନ ଲିଖିତ ଓଡ଼ିଶୀ ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।
    ତା.୧୪.୦୧.୨୦୨୧ : ଶିବ ବନ୍ଦନା : ଶ୍ରୀ ମହେଶ୍ୱର ରାଓ ଓ ସାଥୀ, ନାଦ ନିନାଦ, କଟକ, ଏକକ ଓଡ଼ିଶୀ ନୃତ୍ୟ : ଗୁଞ୍ଜନ ଡ୍ୟାନ୍‌ସ ଏକାଡେମୀ, ଗୁରୁ ମିରା ଦାସ, କଟକ, ଦ୍ୱୈତ ଓଡ଼ିଶୀ ନୃତ୍ୟ : ରିବ୍‌ଧିତା ବରୁଆ ଓ ପ୍ରିତୀଶା ମହାପାତ୍ର, ଭୁବନେଶ୍ୱର, ଦଳଗତ ଓଡ଼ିଶୀ ନୃତ୍ୟ : ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ।
    ତା.୧୫.୦୧.୨୦୨୧ : ଶିବ ବନ୍ଦନା : ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ସାଥୀ, ଭୁବନେଶ୍ୱର, ଏକକ ଓଡ଼ିଶୀ ନୃତ୍ୟ : ଶିଳ୍ପୀ ଶ୍ରୀ ରମେଶ ଜେନା, ଭୁବନେଶ୍ୱର, ଦ୍ୱୈତ ଓଡ଼ିଶୀ ନୃତ୍ୟ : ଶତାବ୍ଦୀ ମଲ୍ଲିକ ଓ ନୀଳାଦ୍ରୀ ମହାନ୍ତି, ଭୁବନେଶ୍ୱର, ଦଳଗତ ଓଡ଼ିଶୀ ନୃତ୍ୟ : ଡୋନା ଗାଙ୍ଗୁଲୀ ଓ ସାଥୀ, କୋଲକତା ।
    ତା.୧୬.୦୧.୨୦୨୧ : ଶିବ ବନ୍ଦନା : ଶ୍ରୀନିବାସ ଶତପଥୀ ଓ ସାଥୀ, ଭୁବନେଶ୍ୱର, ଏକକ ଓଡ଼ିଶୀ ନୃତ୍ୟ : ସୋନାଲୀ ମହାପାତ୍ର, ଭୁବନେଶ୍ୱର, ଦ୍ୱୈତ ଓଡ଼ିଶୀ ନୃତ୍ୟ : ଶ୍ରୀପୁଣ୍ୟ ମହାନ୍ତି ଓ ପ୍ରତାପ ବାରିକ, ଭୁବନେଶ୍ୱର, ଦଳଗତ ଓଡ଼ିଶୀ ନୃତ୍ୟ : ଜ୍ୟୋତ୍ସ୍ନା ସାହୁ ଓ ସାଥୀ, କଟକ ।
  • ୨୫. ରାଜାରାଣୀ ସଂଗୀତ ଉତ୍ସବ : ତା ୧୮ ରୁ ୨୦ ଜାନୁଆରୀ,୨୦୨୧ ରିଖ
    ପର୍ଯ୍ୟଟନ ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ରାଜାରାଣୀ ସଂଗୀତ ଉତ୍ସବ ତା ୧୮ ରୁ ୨୦ ଜାନୁଆରୀ,୨୦୨୧ ରିଖ ତିନିଦିନ ଧରି ଭୁବନେଶ୍ୱରସ୍ଥ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା । ଐତିହାସିକ, ଧାର୍ମିକକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳୀପ୍ରତି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଲକ୍ଷ । ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ବିଶିଷ୍ଟ ସଂଗୀତଶିଳ୍ପୀ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ସେମାନେ ହେଲେ - ତା. ୧୮.୦୧.୨୦୨୧ : କର୍ଣ୍ଣାଟକୀ କଣ୍ଠ ସଂଗୀତ : ସୁଧା ରଘୁରମଣ ଓ ସାଥୀ, ନୂଆଦିଲ୍ଲୀ, ମିଳିତ ଯନ୍ତ୍ର ସଙ୍ଗୀତ : ଶ୍ରୀ ବିକ୍ରମ ଘୋଷ ଓ ସାଥୀ, କୋଲକତା, ତା. ୧୯.୦୧.୨୦୨୧ : ଓଡ଼ିଶୀ କଣ୍ଠ ସଂଗୀତ: ରାମହରି ଦାସ ଓ ସାଥୀ, ଓଡ଼ିଶୀ ଗୁରୁକୁଳ, ସାକ୍ଷୀଗୋପାଳ, ପୁରୀ, ସୀତାର : ପଣ୍ଡିତ ପୂର୍ବାୟନ ଚାଟାର୍ଜୀ ଓ ସାଥୀ, ମୁମ୍ବାଇ, ତା. ୨୦.୦୧.୨୦୨୧ : ଓଡ଼ିଶୀ ମର୍ଦ୍ଦଳ : ଶ୍ରୀ ସଚ୍ଚିଦାନନ୍ଦ ଦାସ ଓ ସାଥୀ, ଭୁବନେଶ୍ୱର, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ : ପଣ୍ଡିତ ଭେଙ୍କଟେଶ କୁମାର ଓ ସାଥୀ, ବାଙ୍ଗାଲୋର ।
  • ୨୬. “ଭାରତୀୟମ” ଦେଶାତ୍ମବୋଧକ ସଂଗୀତ ଉତ୍ସବ : ତା ୨୬.୦୧.୨୦୨୧ରିଖ
    ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ “ଭାରତୀୟମ୍‌” ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ୨୦୨୧ ମସିହା ଜାନୁଆରୀ ୨୬ ତାରିଖରେ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା । ଏହାର ଉଦ୍ଦେଶ୍ୟ ହେଲା ବର୍ତ୍ତମାନର ଯୁବପିଢ଼ି ଓ ଜନସାଧାରଣଙ୍କ ମନରେ ମାତୃଭୂମି ପ୍ରତି ଭକ୍ତି ଓ ପ୍ରେମ ଜାଗରଣ, ଜାତୀୟ ସଂହତି, ଅଖଣ୍ଡତା ଏବଂ ସାଂସ୍କୃତିକ ଭାବଧାରାକୁ ଉଜ୍ଜୀବିତ କରିବା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ପ୍ରମୁଖ ଶାସନ ସଚିବ, ଶ୍ରୀ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ, ଶ୍ରୀ ରଞ୍ଜନ କୁମାର ଦାସ ସମ୍ମାନନୀୟ ଅତିଥି ଭାବେ ଉକ୍ତ ଉତ୍ସବରେ ଯୋଗଦେଇଥିଲେ ଏବଂ ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଡଃ. ରାମକୃଷ୍ଣ ସାହୁ ଉତ୍ସବରେ ପୌରହିତ୍ୟ କରିଥିଲେ । ଏହି ଉତ୍ସବରେ ନିମ୍ନ ଲିଖିତ ଓଡ଼ିଶାର ଲବ୍ଧ-ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ଦେଶାତ୍ମକବୋଧକ ସଙ୍ଗୀତ ପରିବେଷଣ କରିଥିଲେ ।
    କଣ୍ଠଶିଳ୍ପୀ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ୍‌, ଭୁବନେଶ୍ୱର, ଶ୍ରୀ ସୌରଭ ନାୟକ, ଭୁବନେଶ୍ୱର, ଶ୍ରୀମତୀ ହରପ୍ରିୟା ସ୍ୱାଇଁ, ଭୁବନେଶ୍ୱର ଶ୍ରୀମତୀ ଛନ୍ଦା ମିଶ୍ର, ଭୁବନେଶ୍ୱର, ଶ୍ରୀମତୀ ଦୀପ୍ତିରେଖା ପାଢ଼ୀ, ଭୁବନେଶ୍ୱର, ଶ୍ରୀ ଅଜୟ ପ୍ରଧାନ, ଭଦ୍ରକ, ଶ୍ରୀ ସୁଶାନ୍ତ ପାଣି, ରାଉରକେଲା, ଶ୍ରୀ ନୀଳାଚଳ ପାନ, କଳାହାଣ୍ଡି, ଶ୍ରୀମତୀ ଲୋପିତା ହୋତା, ଭୁବନେଶ୍ୱର, ଶ୍ରୀମତୀ ରୀନା ଦାଶ, ବରଗଡ଼ ।
  • ୨୭. ରାଜ୍ୟସ୍ତରୀୟ ‘ଗୀତିନାଟ୍ୟ’ ଉତ୍ସବ : ତା. ୨୭ ରୁ ୨୯ ଜାନୁଆରୀ,୨୦୨୧ ତାରିଖ ପର୍ଯ୍ୟନ୍ତ
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ‘ଗୀତିନାଟ୍ୟ’ ଉତ୍ସବ ଜାନୁଆରୀ,୨୦୨୧ ତା. ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନଧରି ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ମାନ୍ୟବର ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମହୋଦୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ପ୍ରମୁଖ ଶାସନ ସଚିବ, ଶ୍ରୀ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ଶ୍ରୀ ରଞ୍ଜନ କୁମାର ଦାସ ଏବଂ ଅତିରିକ୍ତ ଶାସନ ଚଚିବ, ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଉକ୍ତ ଉତ୍ସବରେ ଯୋଗଦେଇଥିଲେ । ଏହି ଉତ୍ସବରେ ନିମ୍ନ ଲିଖିତ ଓଡ଼ିଶାର ଲବ୍ଧ-ପ୍ରତିଷ୍ଠିତ ଗୀତିନାଟ୍ୟ ଅନୁଷ୍ଠାନ ମାନଙ୍କ ଦ୍ୱାରା ଗୀତିନାଟ୍ୟ ପରିବେଷଣ କରାଯାଇଥିଲା ।
    ତାରିଖ                        ଗୀତିନାଟ୍ୟ                        ପରିବେଷଣ
    ୨୭.୦୧.୨୦୨୧ ---------- ମହୀରାବଣ ବଧ ---------- ଲାବଣ୍ୟ ଥିଏଟର, ଭୁବନେଶ୍ୱର
    ୨୮.୦୧.୨୦୨୧ ---------- କର୍ଣ୍ଣ ବଧ             ---------- ସଂସ୍କୃତି ବିହାର, କଟକ
    ୨୯.୦୧.୨୦୨୧ ---------- ଜଳନ୍ଧର ବଧ ---------- ରୂପା ମହାନ୍ତି ଓ ସାଥୀ, ପୁରୀ
  • ୨୮. ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ଜୟନ୍ତୀ - ତା ୦୪.୦୨.୨୦୨୧ ରିଖ :
    ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ, ଜଗତସିଂହପୁରର ମିଳିତ ସହଯୋଗରେ ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ଜୟନ୍ତୀ ତା ୦୪.୦୨.୨୦୨୧ ରିଖରେ ଜଗତସିଂହପୁରର ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ଠାରେ ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ଉଦ୍‌ଘାଟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ, ଜଗତସିଂହପୁର, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ସ୍ୱତନ୍ତ୍ର ଅଧିକାରୀ, ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଓ ବିଶିଷ୍ଟ ସାହିତ୍ୟିକ, ମୁଖ୍ୟ ବକ୍ତା - ଇଂ. ପ୍ରଭାକର ସ୍ୱାଇଁ, ପ୍ରତିଷ୍ଠାତା ସାରଳା ସାହିତ୍ୟ ସଂସଦ କଟକ, ସମ୍ମାନନୀୟ ଅତିଥି : ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲାପାଳ, ଜଗତସିଂହପୁର ଓ ବିଶିଷ୍ଟ ସାହିତ୍ୟିକ, ଶ୍ରୀଯୁକ୍ତ ପ୍ରବୋଧ ରଥ, ସଚିବ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର, ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଅଧ୍ୟକ୍ଷ ଲୋକକବି ନାଟ୍ୟାଚାର୍ଯ୍ୟ, ବାଳକୃଷ୍ଣ ସ୍ମୃତି ପରିଷଦ, ବାଣୀକ୍ଷେତ୍ର ପ୍ରମୁଖଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ତଥା ଗବେଷକ ଡଃ. ନାରାୟଣ ସାହୁଙ୍କୁ ସହଯୋଗୀ ଅନୁଷ୍ଠାନ ପକ୍ଷରୁ ବାଳକୃଷ୍ଣ ନାଟ ସମ୍ମାନ ପ୍ରଦାନ କରାଯାଇଥିଲା ।
  • ୨୯. ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଉତ୍ସବ - ତା ୧୨ ରୁ ତା ୧୪.୦୨.୨୦୨୧ ରିଖ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତା, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ. ଭୁବନେଶ୍ୱର ଓ ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, କଳାହାଣ୍ଡି ର ମିଳିତ ସହଯୋଗରେ ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ତା ୧୨.୦୨.୨୦୨୧ ରିଖ ଠାରୁ ତା ୧୪.୦୨.୨୦୨୧ ରିଖ ପର୍ଯ୍ୟନ୍ତ ତିନି ଦିନଧରି ଜୁନାଗଡ, ହାଇସ୍କୁଲ ପଡ଼ିଆରେ ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ଉଦ୍‌ଘାଟକ - ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମହୋଦୟ, ମୁଖ୍ୟ ଅତିଥି - ମାନ୍ୟବର ମନ୍ତ୍ରୀ, ଶକ୍ତି, ଶିଳ୍ପ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ସ୍ୱାଧିନ) ଓ ଗୃହ ରାଷ୍ଟ୍ର ବିଭାଗ, ଓଡ଼ିଶା, ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ମହୋଦୟ, ବିଶିଷ୍ଟ ଅତିଥି - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ପ୍ରମୁଖ ଶାସନ ସଚିବ, ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ସମ୍ମାନନୀୟ ଅତିଥି - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ, ଶ୍ରୀ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, କଳାହାଣ୍ଡି, ଡ. ପରାଗ ହର୍ଷନ ଗାଭାଲି ଏବଂ ପୌରହିତ୍ୟ କରିଥିଲେ - ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ,ଭୁବନେଶ୍ୱର ଓ ଅତିରିକ୍ତ ଶାସନ ସଚିବ, ଡଃ. ରାମକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ପ୍ରତିଷ୍ଠା ଲାଭ କରିଥିବା ସାଂସ୍କୃତିକ ଦଳମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେମାନେ ହେଲେ : ତା.୧୨.୦୨.୨୦୨୧ :
    ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ
    ଭୋରତାଲ୍‌ : କାଳକି ହଜାରିକା ଓ ସାଥୀ, ଆସାମ
    ଲୋକନୃତ୍ୟ ଖରସୁଆଁ : ଦିଲଦାର ଅନସାର. ଝାଡ଼ଖଣ୍ଡ
    ରେବେନ୍‌ : ବୋଲପୁର ଚତୁରଂଗ ଓ ସାଥୀ, ପଶ୍ଚିମ ବଙ୍ଗ
    ମୋଗଲତାମସା : ବଂଶୀବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ, ଭଦ୍ରକ
    ଦୁରୁଆ ନାଚ : କୁଳମଣି ଜେନା ଓ ସାଥୀ, କୋରାପୁଟ, ଓଡ଼ିଶା
    ତା.୧୩.୦୨.୨୦୨୧ :
    ବୋଡ ନୃତ୍ୟ : କଳାଭୂମି ମାଜୁଲି ଆସୋସିଏସନ, ଆସାମ
    ପାଇକ ନୃତ୍ୟ : ସୁବୋଧ ପ୍ରାମାଣିକ ଓ ସାଥୀ. ଝାଡ଼ଖଣ୍ଡ
    ନିତିକା ବାଲେଟ ଦଳ: ଶୀଳା ବିଟ୍‌, ପଶ୍ଚିମ ବଙ୍ଗ
    ବଜାସାଲ : ବୃନ୍ଦାବନ ସାଂସ୍କୃତିକ କେନ୍ଦ୍ର, କେସିଙ୍ଗା, ଓଡ଼ିଶା
    କୋୟା ନାଚ : ଧନୁ ମୁଦୁଲି ଓ ସାଥୀ, ମାଲକାନାଗିରି, ଓଡ଼ିଶା
    ତା.୧୪.୦୨.୨୦୨୧ :
    ଭୋଜପୁରୀ ନୃତ୍ୟ : ନାଦ୍‌, ପାଟଣା, ବିହାର
    ପୁରୁଲିଆ ଛଉ ନୃତ୍ୟ : ବୀଣାପାଣି ରୁପ୍‌ଚାନ୍ଦ ଛଉନୃତ୍ୟ, ପଶ୍ଚିମ ବଙ୍ଗ
    ବିହୁ ନୃତ୍ୟ : ସଂସ୍କୃତି, ଆସାମ
    ଢେମସା ନୃତ୍ୟ : ଜେ. ସୁକାନ୍ତ ଓ ସାଥୀ, ରାୟଗଡ଼ା, ଓଡ଼ିଶା
    ସମ୍ବଲପୁରୀ ନୃତ୍ୟ : ନୂପୁର କଳା ପରିଷଦ, ବଲାଙ୍ଗିର, ଓଡ଼ିଶା
  • ୩୦. ରାଜ୍ୟସ୍ତରୀୟ ଶିଶୁ ନାଟକ ଉତ୍ସବ - ତା ୨୩ ଓ ୨୪.୦୨.୨୦୨୧ ରିଖ :
    ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ, ଝାରସୁଗୁଡ଼ା ଓ ଏସ୍‌.ଡି. ଏ. ମିରର ଥିଏଟର, ବେଲପାହାଡ଼ ମିଳିତ ସହଯୋଗରେ ‘ରାଜ୍ୟସ୍ତରୀୟ ଶିଶୁ ନାଟକ ଉତ୍ସବ’ ତା ୨୨.୦୨.୨୦୨୧ ରିଖ ଓ ତା ୨୩.୦୨.୨୦୨୧ରିଖ ଦୁଇଦିନ ଜୁବୁଲି ହଲ, ଟି. ଆର. ଏଲ., ବେଲପାହାଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ୨୨.୦୨.୨୦୨୧ : ମୁଖ୍ୟ ଅତିଥିô : ଶ୍ରୀଯୁକ୍ତ ସୁରେଶ ପୂଜାରୀ, ମାନ୍ୟବର ସାଂସଦ, ବରଗଡ଼, ସମ୍ମାନନୀୟ ଅତିଥି : ଶ୍ରୀଯୁକ୍ତ ସରୋଜ କୁମାର ସାମଲ, ଜିଲ୍ଲାପାଳ, ଝାରସୁଗୁଡ଼ା, ଡା. ତାରାପଦ ଦାଶ, ବରିଷ୍ଠ ଉପ-ସଭାପତି, କର୍ପୋରେଟ୍‌ ସେବା, ଟି.ଆର୍‌.ଏଲ୍‌. କ୍ରୋସାକୀ ଲିଃ., ଝାରସୁଗୁଡ଼ା, ଶ୍ରୀଯୁକ୍ତ ସତ୍ୟରଞ୍ଜନ ବେହେରା, ସଦସ୍ୟ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର । ୨୩.୦୨.୨୦୨୧ : ମୁଖ୍ୟ ଅତିଥିô : ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ଦାଶ, ଆରକ୍ଷୀ ଅଧିକ୍ଷକ, ଝାରସୁଗୁଡ଼ା, ସମ୍ମାନନୀୟ ଅତିଥି : ଶ୍ରୀଯୁକ୍ତ ଶିବ ଟପୋ, ଉପ-ଜିଲ୍ଲାପାଳ, ଝାରସୁଗୁଡ଼ା, ଶ୍ରୀଯୁକ୍ତ ଅନୱର ହୁଶେନ, ସାଧାରଣ ପରିଚାଳକ, ଇବ୍‌ ଭ୍ୟାଲି, ଏମ୍‌.ସି.ଏଲ୍‌, ଝାରସୁଗୁଡ଼ା, ଶ୍ରୀଯୁକ୍ତ ଲୋକନାଥ ତିୱାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ବେଲପାହାଡ଼ ପୌର ପରିଷଦ । ଉକ୍ତ ଉତ୍ସବରେ ନିମନ୍ତ୍ରିତ ଶିଶୁ ନାଟ୍ୟାନୁଷ୍ଠାନମାନଙ୍କ ଦ୍ୱାରା ଶିଶୁ ନାଟକ ପରିବେଷଣ କରାଯାଇଥିଲା ।
    ତାରିଖ                        ନାଟକ                        ପରିବେଷଣ
    ୨୨.୦୨.୨୦୨୧ ---------- ଝାଏଁରା ---------- “ଏସ୍‌. ଡି. ଏ. ମିରର ଥିଏଟର”, ବେଲପାହାଡ଼
                   ମୁଣ୍ଡପୋତା କେଳା କହୁଛି ଗପ ---------- “ରଙ୍ଗଲୋକ”, ଭୁବନେଶ୍ୱର
    ୨୩.୦୨.୨୦୨୧ ---------- ଲେଙ୍ଗଡା ରଜା ---------- “ଲୁ”, ପଦମପୁର, ବରଗଡ଼ ରୀନାର ସ୍ୱପ୍ନ “କଳାକାର”, ବାଲେଶ୍ୱର
  • ୩୧. “ପୂର୍ବ ରଙ୍ଗ” ଜାତୀୟ ନାଟ୍ୟ ଉତ୍ସବ - ତା ୦୧ ରୁ ୦୫.୦୩.୨୦୨୧ ରିଖ :
    ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତା, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଓ ଓଡ଼ିଶା ନାଟ୍ୟ ସଂଘ, ଭୁବନେଶ୍ୱର ସହଯୋଗକ୍ରମେ “ପୂର୍ବ ରଙ୍ଗ” ଜାତୀୟ ନାଟ୍ୟ ଉତ୍ସବ ୨୦୨୧ ମାର୍ଚ୍ଚ ୧ ରୁ ୫ ତାରିଖରେ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ତା ୦୧.୦୩.୨୦୨୧ ରିଖରେ ଉଦ୍‌ଘାଟକ : ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ମୁଖ୍ୟ ଅତିଥିô : ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର, ମାନ୍ୟବର ମନ୍ତ୍ରୀ, ଶକ୍ତି, ଶିଳ୍ପ ଏବଂ ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, (ସ୍ୱାଧୀନ) ଓ ଗୃହ ରାଷ୍ଟ୍ର ବିଭାଗ, ଓଡ଼ିଶା, ଶ୍ରୀଯୁକ୍ତ ରଂଜନ କୁମାର ଦାସ, ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା, ଶ୍ରୀଯୁକ୍ତ ପସନ୍ନ ମିଶ୍ର, ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ, ପୌରୋହିତ୍ୟ : ଡଃ. ରାମକୃଷ୍ଣ ସାହୁ, ସଭାପତି, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଓ ଅତିିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା, ତା ୦୨.୦୩.୨୦୨୧ ରିଖରେ ମୁଖ୍ୟ ଅତିଥିô : ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଓଡ଼ିଶା, ସମ୍ମାନନୀୟ ଅତିଥି :
    ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଭା.ରା.ସେ, ପ୍ରମୁଖ ଆୟୋଗ, ଆୟକର ବିଭାଗ, ଓଡିÿିଶା, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଅଧ୍ୟକ୍ଷ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଭୁବନେଶ୍ୱର, ଶ୍ରୀଯୁକ୍ତ ଗୌରହରି ଦାସ, ବିଶିଷ୍ଟ ସାହିତ୍ୟିକ, ପ୍ରଫେସର ଶ୍ରୀମତୀ ସଂଘମିତ୍ରା ମିଶ୍ର, ବିଶିଷ୍ଟ ନାଟ୍ୟବିତ୍‌, ତା ୦୩.୦୩.୨୦୨୧ ରିଖରେ ସମ୍ମାନନୀୟ ଅତିଥି : ପୂର୍ବତନ ସଚିବ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର, ଡ. ଶୈଳେଶ୍ୱର ନନ୍ଦ, ଡ. (ଶ୍ରୀମତୀ) ସୁଧା ମିଶ୍ର, ଶ୍ରୀଯୁକ୍ତ ମନ୍ମଥ କୁମାର ଶତପଥୀ, ଶ୍ରୀଯୁକ୍ତ ଧୀରେନ୍ଦ୍ରନାଥ ମଲ୍ଲିକ, ଶ୍ରୀଯୁକ୍ତ ପ୍ରଦୀପ ମିଶ୍ର ଓ ଡ. ବିଜୟ କୁମାର ଜେନା, ତା ୦୪.୦୩.୨୦୨୧ ରିଖରେ ସମ୍ମାନନୀୟ ଅତିଥି : ଶ୍ରୀଯୁକ୍ତ ମୁଜ୍ଜିବୁଲ୍ଲା ଖାଁ (ମୁନା ଖାଁ), ମାନ୍ୟବର ସାଂସଦ, ରାଜ୍ୟସଭା, ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ (କୁନା ତ୍ରିପାଠୀ), ଅଧ୍ୟକ୍ଷ, ଚଳଚ୍ଚିତ୍ର ଉନ୍ନୟନ ନିଗମ, ଓଡିÿଶା, ପ୍ରଫେସର ଡ. ବ୍ୟେମୋକେଶ ତ୍ରୀପାଠୀ, କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ଅଧ୍ୟକ୍ଷ, ‘ମୋ ବିଦ୍ୟାଳୟ’, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣିଗ୍ରାହୀ, ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ, ଶ୍ରୀମତୀ ମନସ୍ୱନୀ ସାହୁ, ଯୁଗ୍ମ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା, ତା ୦୫.୦୩.୨୦୨୧ ରିଖରେ ମୁଖ୍ୟ ଅତିଥିô : ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ, ପ୍ରମୁଖ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ସମ୍ମାନନୀୟ ଅତିଥି : ଶ୍ରୀଯୁକ୍ତ ମନୋଜ ପଟ୍ଟନାୟକ, ବିଶିଷ୍ଟ ନାଟ୍ୟନିର୍ଦ୍ଦେଶକ, ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟ. ବିଶିଷ୍ଟ ସାମ୍ବାଦିକ, ଡଃ. ରାମକୃଷ୍ଣ ସାହୁ, ସଭାପତି, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଓ ଅତିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ପ୍ରମୁଖ ଉକ୍ତ ପାଞ୍ଚଦିନିଆ ଉତ୍ସବରେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ନାଟକ ଶେଷ ପରେ ରବୀନ୍ଦ୍ର ମଣ୍ଡପ ପରିସରରେ ସଂପୃକ୍ତ ନାଟ୍ୟ ସଂସ୍ଥାର ନିର୍ଦ୍ଦେଶକଙ୍କ ସହିତ ନାଟ୍ୟ ପର୍ଯ୍ୟବେକ୍ଷକଙ୍କୁ ନେଇ ଏକ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଜାତୀୟ ନାଟକ ଉତ୍ସବରେ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ନିମ୍ନୋକ୍ତ ନାଟକ ସଂସ୍ଥା ଗୁଡିକ ସେମାନଙ୍କର ନାଟକ ମଞ୍ଚସ୍ଥ କରିଥିଲେ ।
  • ୩୨. “ଶୀତ ଉତ୍ସବ” - ତା ୦୭ ଓ ୦୮.୦୩.୨୦୨୧ ରିଖ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ‘ଶୀତ ଉତ୍ସବ’ କୋଚିଆ କୋଇଲି ପଡ଼ିଆ, ଖଇରା, ଭଦ୍ରକ ଠାରେ ତା ୦୭ ଓ ୦୮.୦୩.୨୦୨୧ ରିଖରେ ଅନୁଷ୍ଠିତ ହୋଇଥିଲା । ଏହି ଦୁଇଦିନିଆ ଉତ୍ସବରେ ମୁଖ୍ୟ ଅତିଥି : ଶ୍ରୀଯୁକ୍ତ ପ୍ରତାପ ଜେନା, ମାନ୍ୟବର ମନ୍ତ୍ରୀ, ପଞ୍ଚାୟତରାଜ ଏବଂ ପାନିୟଜଳ, ଆଇନ, ଗୃହ ଓ ସହର ବିକାଶ ବିଭାଗ, ଓଡ଼ିଶା, ବିଶିଷ୍ଟ ଅତିଥି : ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର, ମାନ୍ୟବର ମନ୍ତ୍ରୀ, ଶକ୍ତି, ଶିଳ୍ପ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, (ସ୍ୱାଧୀନ) ଓ ଗୃହରାଷ୍ଟ୍ର ବିଭାଗ, ଓଡ଼ିଶା, ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ, ଓଡ଼ିଶା, ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଉତ୍ସବରେ ବାଦ୍ୟ ବିଚିତ୍ରା, ଓଡ଼ିଶୀ ନୃତ୍ୟ, ସୁଗମ ସଂଗୀତ, ଓଡ଼ିଶୀ ସଂଗୀତ ଓ ଲୋକନୃତ୍ୟ ଆଦି ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଓ ନୃତ୍ୟାନୁଷ୍ଠାନମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ସେମାନେ ହେଲେ :-
  • ୩୩. “ରଙ୍ଗ ସଙ୍ଗମ” ରାଜ୍ୟସ୍ତରୀୟ ନାଟକ ଉତ୍ସବ - ତା ୧୯ ରୁ ୨୩.୦୩.୨୦୨୧ ରିଖ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ “ରଙ୍ଗ ସଙ୍ଗମ” ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ତା ୧୯.୦୩.୨୦୨୧ ରିଖ ଠାରୁ ତା ୨୩.୦୩.୨୦୨୧ ରିଖ ପର୍ଯ୍ୟନ୍ତ ପାଞ୍ଚଦିନଧରି ଭଞ୍ଜ କଳା ମଣ୍ଡପ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ନାଟକ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଶିଷ୍ଟ ୫ଟି ନାଟକଦଳ ସେମାନଙ୍କର ନାଟକ ପରିବେଷଣ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି : ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ସମ୍ମାନନୀୟ ଅତିଥି : ଶ୍ରୀଯୁକ୍ତ ବିଷ୍ଣପଦ ସେଠୀ, ପ୍ରମୁଖ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା, ଶ୍ରୀଯୁକ୍ତ ବ୍ୟମୋକେଶ ତ୍ରିପାଠୀ, କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ଶ୍ରୀଯୁକ୍ତ ମିହିର୍‌ ମେହେର, ବିଶିଷ୍ଟ ନାଟ୍ୟବିତ୍‌ ।
  • ୩୪. କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ - ତା ୨୨.୦୩.୨୦୨୧ ରିଖ :
    ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ, କୁଲାଡ଼ର ମିଳିତ ସହଯୋଗରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ତା ୨୨.୦୩.୨୦୨୧ ରିଖରେ ଭଞ୍ଜ ମଣ୍ଡପ, କୁଲାଡ଼ (ଗଞ୍ଜାମ) ଠାରେ ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି : ଶ୍ରୀଯୁକ୍ତ ଦାଶ ବେନ୍‌ହୁର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟକ, ବିଶିଷ୍ଟ ସ୍ତମ୍ଭକାର, ମୁଖ୍ୟ ବକ୍ତା : ପ୍ରଫେସର ଡକ୍ଟର ବାଉରିବନ୍ଧୁ ସାହୁ, ବିଶିଷ୍ଟ ଭଞ୍ଜ ସାହିତ୍ୟ ଆଲୋଚକ, ସଭାପତି : ଡକ୍ଟର ଶାନ୍ତନୁ କୁମାର ରଥ, ସଭାପତି, ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ, କୁଲାଡ଼ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ପଣ୍ଡା । ଏହି ପୂଜ୍ୟପୂଜା ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ସଙ୍ଗୀତ ଗାନ କରାଯାଇଥିଲା ।
  • ୩୫. ନାଟକ “ଗାନ୍ଧୀଙ୍କ ଓଡ଼ିଶା” ଏକ ସମୟରେ ୩୦ ଟି ଜିଲ୍ଲାରେ ପ୍ରଦର୍ଶିତ - ତା ୨୩.୦୩.୨୦୨୧ ରିଖ :
    ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଅଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀଯୁକ୍ତ ଶଙ୍କର ତ୍ରିପାଠୀଙ୍କ ରଚିତ ନାଟକ “ଗାନ୍ଧୀଙ୍କ ଓଡ଼ିଶା” ତା ୨୩.୦୩.୨୦୨୧ ରିଖରେ ଅନୁଗୋଳ - ଶ୍ରୀ ସୁଧାଂଶୁ ମୋହନ ଦ୍ୱିବେଦୀ, ଭଦ୍ରକ - ଶ୍ରୀ ସୁଧାଂଶୁ ଶେଖର ନାୟକ, ବାଲେଶ୍ୱର ଶ୍ରୀ ହେମେନ୍ଦ୍ର ମହାପାତ୍ର, ବଲାଙ୍ଗୀର - ଶ୍ରୀ ଜଗଦାନନ୍ଦ ଛୁରିଆ, ବରଗଡ଼- ଶ୍ରୀ କେଶରଞ୍ଜନ ପ୍ରଧାନ, ବୌଦ୍ଦ - ଶ୍ରୀ ଲକ୍ଷ୍ମଣ ମହାପାତ୍ର, କଟକ - ଶ୍ରୀ ଉମେଶ ଦାସ, ଦେବଗଡ଼ - ଶ୍ରୀ ହେମନ୍ତ ମହାପାତ୍ର, ଢ଼େଙ୍କାନାଳ - ଶ୍ରୀ ଦିନେଶ ଦାସ, ଗଜପତିି - ଆଦର୍ଶ ଦାସ, ବ୍ରହ୍ମପୁର - ଶ୍ରୀ ଅନିଲ ପାତ୍ର, ଜଗତସିଂହପୁର - ଶ୍ରୀ ଶ୍ରୀମନ ନାରାୟଣ ମିଶ୍ର, ଯାଜପୁର - ଶ୍ରୀ ନରୋତ୍ତମ ପରିଡ଼ା, ଝାରସୁଗୁଡ଼ା - ଶ୍ରୀ ସୁବୋଧ ପ୍ରଧାନ, କେନ୍ଦୁଝର - ଶ୍ରୀ ବଚୁରାମ ଲାମା, କେନ୍ଦ୍ରାପଡ଼ା - ଅଭିନ୍ନ କୁମାର ରାଉତରାୟ, ଖୋର୍ଦ୍ଧା - ଶ୍ରୀ ନବୀନ ପରିଡ଼ା, କୋରାପୁଟ - ଶ୍ରୀ ଶିବ ରଥ, କଳାହାଣ୍ଡି - ଶ୍ରୀ ସୌରଭ ମହାପାତ୍ର, ମାଲକାନଗିରି - ଶ୍ରୀ ଜୟନ୍ତ କୁମାର ସନ୍ତରା, ମୟୂରଭଞ୍ଜ - ଶ୍ରୀ ଧିର ବସା, ନୟାଗଡ଼ - ଶ୍ରୀ ଶରତ ଆଚାର୍ଯ୍ୟ, ନୂଆପଡ଼ା - ଶ୍ରୀ ଜିତୁ ପଟ୍ଟନାୟକ, ନବରଙ୍ଗପୁର - ଶ୍ରୀ ଦିଲ୍ଲୀପ ହୋତା, ପୁରୀ - ଶ୍ରୀ ବିକ୍ରମ ସାହୁ, ଫୁଲବାଣୀ - ଶ୍ରୀ ଅକ୍ଷୟ କୁମାର କର୍ଣ୍ଣ, ରାୟଗଡ଼ା - ଶ୍ରୀ ନରେନ୍ଦ୍ର ମିଶ୍ର, ସମ୍ବଲପୁର - ଶ୍ରୀ ସତ୍ୟ ରଞ୍ଜନ ବେହେରା, ସୁବର୍ଣ୍ଣପୁର - ପୁରୁଷୋତ୍ତମ ମିଶ୍ର, ସୁନ୍ଦରଗଡ଼ - ଶ୍ରୀ ନଳିନୀ ନିହାର ନାୟକ ଆଦି ରାଜ୍ୟର ୩୦ ଗୋଟି ଜିଲ୍ଲାରେ ନାଟ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ଏକ ସମୟରେ ନାଟକ ପରିବେଷଣ କରାଯିବା ସହିତ ଉକ୍ତ ନାଟକ ପୁସ୍ତକ ‘ଗାନ୍ଧୀଙ୍କ ଓଡ଼ିଶା’ ଏକାଡେମୀ ପକ୍ଷରୁ ପ୍ରକାଶିତ ହୋଇଥିଲା ।
  • ୩୬. “ଗାନ୍ଧୀଙ୍କ ଓଡ଼ିଶା” ନାଟକର (ଈକ୍ଟକ୍ଟଳ-କ୍ଷରଗ୍ଧ) ପୁସ୍ତକ ମୁଦ୍ରଣ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାର ୩୦ ଗୋଟି ଜିଲ୍ଲାମାନଙ୍କରେ ବିଭିନ୍ନ ନାଟ୍ୟାନୁଷ୍ଠାନର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକମାନଙ୍କ ଦ୍ୱାରା ପ୍ରଯୋଜିତ ଶ୍ରୀ ଶଙ୍କର ତ୍ରିପାଠୀଙ୍କ ରଚିତ ନାଟକ ‘ଗାନ୍ଧୀଙ୍କ ଓଡ଼ିଶା’ ତା.୨୩.୦୩.୨୦୨୧ ରିଖରେ ଏକ ସମୟରେ ମଞ୍ଚସ୍ଥ କରାଯାଇଥିଲା । ତାହାକୁ (ଈକ୍ଟକ୍ଟଳ-କ୍ଷରଗ୍ଧ) ପୁସ୍ତକ ଆକାରରେ ମୁଦ୍ରଣ କରାଯାଇଅଛି ।
  • ୩୭. “ବିଶ୍ୱ ନାଟ୍ୟ ଦିବସ” ଉପଲକ୍ଷେ ନାଟକ “କଥା ମଞ୍ଚନ” (ତିନୋଟି କାହାଣୀର ମଞ୍ଚ ପ୍ରସ୍ତୁତି) ତା ୨୭.୦୩.୨୦୨୧ :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ‘ବିଶ୍ୱ ନାଟ୍ୟ ଦିବସ’ ଉଲଲକ୍ଷେ ‘ମୁକ୍ତି’, ଭୁବନେଶ୍ୱର ନାଟ୍ୟାନୁଷ୍ଠାନ ଦ୍ୱାରା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ “କଥା ମଞ୍ଚନ” (ତିନୋଟି କାହାଣୀର ମଞ୍ଚ ପ୍ରସ୍ତୁତି) ତା ୨୭.୦୩.୨୦୨୧ ରିଖରେ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଶ୍ରୀଯୁକ୍ତ ମନ୍ମଥ କୁମାର ଶତପଥୀ, ବିଶିଷ୍ଟ ଲୋକ ନାଟ୍ୟ ଗବେଷକ, ପ୍ରାକ୍ତନ ସଚିବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର, ଶ୍ରୀଯୁକ୍ତ ବିଜୟ କୁମାର ଜେନା, ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଓ ଶ୍ରୀଯୁକ୍ତ ପ୍ରସନ୍ନ ମିଶ୍ର, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ଭୁବନେଶ୍ୱର ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
  • ୩୮. ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ “ଆଜାଦିକା ଅମୃତ ମହୋତ୍ସବ” :
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ “ଆଜାଦିକା ଅମୃତ ମହୋତ୍ସବ” ଉଲଲକ୍ଷେ ଆୟୋଜିତ ପ୍ରଫେସର ସୁରେଶ ଶର୍ମାଙ୍କ ନିର୍ଦ୍ଦେଶିତ ନାଟକ “ପହେଲା ସତ୍ୟାଗ୍ରହୀ” (ହିନ୍ଦୀ ଭାଷାରେ) ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀ ଦ୍ୱାରା ଯଥାକ୍ରମେ : ତା ୩୦.୦୩.୨୦୨୧ ରିଖରେ ଅନ୍ନପୂର୍ଣ୍ଣା ପ୍ରେକ୍ଷାଳୟ, ପୁରୀ ଏବଂ ତା ୩୧.୦୩.୨୦୨୧ ରିଖରେ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱରଠାରେ ପରିବେଷଣ କରାଯାଇଥିଲା ।
  • ୩୯. ‘ଆମ ଶିଳ୍ପୀ ଆମ ଗର୍ବ’ ବିଶିଷ୍ଟ ଲୋକବାଦ୍ୟ କଳାକାର ଶୀଯୁକ୍ତ ଘାସିରାମ ମିଶ୍ରଙ୍କ ଶିଳ୍ପୀ ସାକ୍ଷାତକାର
    ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଶିଳ୍ପୀ ସାକ୍ଷାତକାର ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଆଧାରରେ ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କ ଜୀବନାୟନ ଓ ସଂପୃକ୍ତ କ୍ଷେତ୍ରରେ ଶ୍ରେଷ୍ଠ କୃତୀକୁ ପ୍ରାମାଣିକ ତଥ୍ୟ ସହିତ ବୃତ୍ତଚ୍ଚିତ୍ର ମାଧ୍ୟମରେ ସଂରକ୍ଷଣ କରାଯାଇ ଉତ୍ତର ପିଢିମାନଙ୍କୁ ଓଡ଼ିଶାର ପାରମ୍ପରିକ ସଂଗୀତ, ଲୋକସଂଗୀତ ଓ ନୃତ୍ୟ ତଥା ନାଟ୍ୟକଳା କ୍ଷେତ୍ରରେ ତଥ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକାଡେମୀ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ ଲୋକବାଦ୍ୟ ଶିଳ୍ପୀଙ୍କ ଜୀବନବ୍ୟାପୀ ସାଧନା ଓ କାର୍ଯ୍ୟାବଳୀ ସମ୍ପର୍କରେ ସାକ୍ଷାତକାର କାର୍ଯ୍ୟକ୍ରମ ବଲାଙ୍ଗୀରସ୍ଥ ତାଙ୍କ ନିଜସ୍ୱ ବାସଭବନରେ ଅନୁଷ୍ଠିତ ହୋଇଅଛି ।
  • ୪୦. ‘ଆମ ଶିଳ୍ପୀ ଆମ ଗର୍ବ’ ବିଶିଷ୍ଟ ଲୋକନୃତ୍ୟ କଳାକାର ଶୀଯୁକ୍ତ ଜୟନ୍ତ କୁମାର ବେହେରାଙ୍କ ଶିଳ୍ପୀ ସାକ୍ଷାତକାର
    ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଶିଳ୍ପୀ ସାକ୍ଷାତକାର ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଆଧାରରେ ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କ ଜୀବନାୟନ ଓ ସଂପୃକ୍ତ କ୍ଷେତ୍ରରେ ଶ୍ରେଷ୍ଠ କୃତୀକୁ ପ୍ରାମାଣିକ ତଥ୍ୟ ସହିତ ବୃତ୍ତଚ୍ଚିତ୍ର ମାଧ୍ୟମରେ ସଂରକ୍ଷଣ କରାଯାଇ ଉତ୍ତର ପିଢିମାନଙ୍କୁ ଓଡ଼ିଶାର ପାରମ୍ପରିକ ସଂଗୀତ, ଲୋକସଂଗୀତ ଓ ନୃତ୍ୟ ତଥା ନାଟ୍ୟକଳା କ୍ଷେତ୍ରରେ ତଥ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକାଡେମୀ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ ଲୋକନୃତ୍ୟ ଶିଳ୍ପୀଙ୍କ ଜୀବନବ୍ୟାପୀ ସାଧନା ଓ କାର୍ଯ୍ୟାବଳୀ ସମ୍ପର୍କରେ ସାକ୍ଷାତକାର କାର୍ଯ୍ୟକ୍ରମ ଭବାନୀପାଟଣାସ୍ଥ ତାଙ୍କ ନିଜସ୍ୱ ବାସଭବନରେ ଅନୁଷ୍ଠିତ ହୋଇଅଛି ।
  • ୪୧. ‘ଆମ ଶିଳ୍ପୀ ଆମ ଗର୍ବ’ ବିଶିଷ୍ଟ ଲୋକବାଦ୍ୟ କଳାକାର ଶୀଯୁକ୍ତ ରଞ୍ଜିତ ନାଗଙ୍କ ଶିଳ୍ପୀ ସାକ୍ଷାତକାର
    ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଶିଳ୍ପୀ ସାକ୍ଷାତକାର ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଆଧାରରେ ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କ ଜୀବନାୟନ ଓ ସଂପୃକ୍ତ କ୍ଷେତ୍ରରେ ଶ୍ରେଷ୍ଠ କୃତୀକୁ ପ୍ରାମାଣିକ ତଥ୍ୟ ସହିତ ବୃତ୍ତଚ୍ଚିତ୍ର ମାଧ୍ୟମରେ ସଂରକ୍ଷଣ କରାଯାଇ ଉତ୍ତର ପିଢିମାନଙ୍କୁ ଓଡ଼ିଶାର ପାରମ୍ପରିକ ସଂଗୀତ, ଲୋକସଂଗୀତ ଓ ନୃତ୍ୟ ତଥା ନାଟ୍ୟକଳା କ୍ଷେତ୍ରରେ ତଥ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକାଡେମୀ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ ଲୋକବାଦ୍ୟ ଶିଳ୍ପୀଙ୍କ ଜୀବନବ୍ୟାପୀ ସାଧନା ଓ କାର୍ଯ୍ୟାବଳୀ ସମ୍ପର୍କରେ ସାକ୍ଷାତକାର କାର୍ଯ୍ୟକ୍ରମ ସମ୍ବଲପୁରସ୍ଥ ତାଙ୍କ ନିଜସ୍ୱ ବାସଭବନରେ ଅନୁଷ୍ଠିତ ହୋଇଅଛି ।
  • ୪୨. ‘ଆମ ଶିଳ୍ପୀ ଆମ ଗର୍ବ’ ବିଶିଷ୍ଟ ନାଟ୍ୟକାର କଳାକାର ଶୀଯୁକ୍ତ ରମେଶ ପାଣିଗ୍ରାହୀଙ୍କ ଶିଳ୍ପୀ ସାକ୍ଷାତକାର
    ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଶିଳ୍ପୀ ସାକ୍ଷାତକାର ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଆଧାରରେ ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କ ଜୀବନାୟନ ଓ ସଂପୃକ୍ତ କ୍ଷେତ୍ରରେ ଶ୍ରେଷ୍ଠ କୃତୀକୁ ପ୍ରାମାଣିକ ତଥ୍ୟ ସହିତ ବୃତ୍ତଚ୍ଚିତ୍ର ମାଧ୍ୟମରେ ସଂରକ୍ଷଣ କରାଯାଇ ଉତ୍ତର ପିଢିମାନଙ୍କୁ ଓଡ଼ିଶାର ପାରମ୍ପରିକ ସଂଗୀତ, ଲୋକସଂଗୀତ ଓ ନୃତ୍ୟ ତଥା ନାଟ୍ୟକଳା କ୍ଷେତ୍ରରେ ତଥ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକାଡେମୀ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର କଳାକାରଙ୍କ ଜୀବନବ୍ୟାପୀ ସାଧନା ଓ କାର୍ଯ୍ୟାବଳୀ ସମ୍ପର୍କରେ ସାକ୍ଷାତକାର କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥ ତାଙ୍କ ନିଜସ୍ୱ ବାସଭବନରେ ଅନୁଷ୍ଠିତ ହୋଇଅଛି ।
<< Next
Loka Soochana
 
 
RTI  |  Important Links        Website Designed and Developed by Luminous Infoways.
Loka Soochana State Portal of Orissa National Portal of India