|
|
 |
|
Activities Report 2021-2022 |
|
Activities Report 2017-2018
Activities Report 2019-2020 Activities Report 2020-2021 |
|
Activities Report 2016-2017
Activities Report 2015-2016
Activities Report 2014-2015
|
|
|
-
୧. ଆଭାଷି କାର୍ଯ୍ୟକ୍ରମ : ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଜୟନ୍ତୀ - ତା ୦୯.୦୭.୨୦୨୧ ରିଖ :
ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ଆଭାସି ‘ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଜୟନ୍ତୀ’ ଉତ୍ସବ ତା ୦୯.୦୭.୨୦୨୧ ରିଖରେ ଡିଜିଟାଲ ଗଣ ମାଧ୍ୟମରେ ପ୍ରସାରଣ ପାଇଁ ପ୍ରସ୍ତୁତି ଭୁବନେଶ୍ୱରସ୍ଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଏକାଡେମୀର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ଓ ସହକର୍ମୀମାନେ ଭକ୍ତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ବାଣୀକଣ୍ଠଙ୍କ ପରିବେଷିତ କେତେକ ସଂଗୀତ ଶ୍ରୀ ଶରତ ବାରିକ ଓ ଶ୍ରୀ ଯୁଧିଷ୍ଠିର ଖୁଣ୍ଟିଆଙ୍କ ଦ୍ୱାରା ଡିଜିଟାଲ ରେକଡିଂ କରାଯାଇ ଡି. ଡି ଓଡ଼ିଆରେ ପ୍ରଚାର ପ୍ରସାର କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୨. ଆଭାଷି କାର୍ଯ୍ୟକ୍ରମ : “ମୋ କଳାରେ କାଳିଆ”- ତା ୦୯.୦୭.୨୦୨୧ ରିଖ :
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶୃତି ଓ ସ୍ମୃତିକୁ ପାଥେୟ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ସଂଗୀତ, ନୃତ୍ୟ, ନାଟକ ଓ ଲୋକ ନୃତ୍ୟ “ମୋ କଳାରେ କାଳିଆ” ଆଭାସି କାର୍ଯ୍ୟକ୍ରମ ତା ୧୧.୦୭.୨୦୨୧ ରିଖରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା, ମାନ୍ୟବର ମନ୍ତ୍ରୀ, ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମହୋଦୟ ଉଦ୍ଘାଟକ ଭାବେ, କମିଶନର ତଥା ଶାସନ ସଚିବ, ଡ. ସୁରେଶ ଚନ୍ଦ୍ର ଦଳାଇ ଏବଂ ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ, ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ସମ୍ମାନନୀୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମୀରା ଦାସ, ଶ୍ରୀ ଆଲୋକ ବିଶୋଇ, ଶ୍ରୀ ଶଙ୍କର ତ୍ରିପାଠୀ, ଶ୍ରୀ ଗଜେନ୍ଦ୍ର ପଣ୍ଡା, ଶ୍ରୀ ଲକ୍ଷ୍ମୀଧର ପାଲିତ୍, ଶ୍ରୀ ବିଜନ ପଲାଇ, ଶ୍ରୀମତୀ ରୂପଶ୍ରୀ ମହାପାତ୍ର, ଶ୍ରୀ ଧନେଶ୍ୱର ସ୍ୱାଇଁ ଓ ବିଶ୍ୱଜିତ୍ ପ୍ରମୁଖ ରାଜ୍ୟର ବିଶିଷ୍ଟ ସଂଗୀତ, ନୃତ୍ୟ, ନାଟକ ଓ ଲୋକନୃତ୍ୟ ଶିଳ୍ପୀଗଣ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କର କାର୍ଯ୍ୟକ୍ରମ ରେକର୍ଡିଂ ମାଧ୍ୟମରେ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୩. ଆଭାଷି କାର୍ଯ୍ୟକ୍ରମ : “ଉତ୍କର୍ଷ”- ତା ୧୨.୦୭.୨୦୨୧ ରିଖ
ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଭାଗିତାରେ ଓଡ଼ିଶୀ ସଂଗୀତକୁ ଚଳଚଞ୍ଚଳ ଓ ଜନାଦୃତ କରିବା ପାଇଁ “ଉତ୍କର୍ଷ” ନାମରେ ଓଡ଼ିଶୀ ସଂଗୀତ ଅଭାସି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶୀ ସଂଗୀତରେ ଚାରିଜଣ ବିଶିଷ୍ଟ ଗୁରୁ ଓ ବାଦ୍ୟଯନ୍ତ୍ରରେ ଦୁଇଜଣ ଗୁରୁଙ୍କ ତତ୍ତ୍ୱାବଧାନରେ ତିନିଜଣ ଲେଖାଏଁ ଶିକ୍ଷାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ତା ୧୨.୦୭.୨୦୨୧ ରିଖ ଠାରୁ ଆରମ୍ଭ ହୋଇ ୨୦୨୨ ମାର୍ଚ୍ଚ ମାସରେ ସମାପ୍ତ ହେବ । ଫଳରେ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମର୍ଯ୍ୟାଦାକୁ ଅଧିକ ଶାଣିତ କରିବା ପାଇଁ ଗୁରୁଶିଷ୍ୟ ପରମ୍ପରାରେ ଓଡ଼ିଶୀ ସଂଗୀତକୁ ରାଗରାଗିଣୀ ଆଧାରିତ ଗାୟନଶୈଳୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ଶୁଦ୍ଧଗାୟନକୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଓଡ଼ିଶୀ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଓଡ଼ିଶୀ ସଂଗୀତ ପ୍ରତି ଅଧିକରୁ ଅଧିକ ଶିଳ୍ପୀଙ୍କୁ ପ୍ରେତ୍ସାହିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର, ଗୁରୁ ରାମହରି ଦାସ, ଭୁବନେଶ୍ୱର, ଗୁରୁ କେଶବ ଚନ୍ଦ୍ର ରାଉତ, ଭୁବନେଶ୍ୱର, ଗୁରୁ ବିଜୟ କୁମାର ଜେନା, ଭୁବନେଶ୍ୱର, ଗୁରୁ ଧନେଶ୍ୱର ସ୍ୱାଇଁ, ଭୁବନେଶ୍ୱର ଓ ଗୁରୁ ସଚ୍ଚିଦାନନ୍ଦ ଦାସ, ଭୁବନେଶ୍ୱର ପ୍ରମୁଖ ଗୁରୁମାନଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୪. ‘ଆମ ଶିଳ୍ପୀ ଆମ ଗର୍ବ’ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ଡ. ସଚ୍ଚି ଦାସଙ୍କ ଶିଳ୍ପୀ ସାକ୍ଷାତକାର : ତା. ୧୭.୦୭.୨୦୨୧ ରିଖ :
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଶିଳ୍ପୀ ସାକ୍ଷାତକାର ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଆଧାରରେ ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କ ଜୀବନାୟନ ଓ ସଂପୃକ୍ତ କ୍ଷେତ୍ରରେ ଶ୍ରେଷ୍ଠ କୃତୀକୁ ପ୍ରାମାଣିକ ତଥ୍ୟ ସହିତ ବୃତ୍ତଚ୍ଚିତ୍ର ମାଧ୍ୟମରେ ସଂରକ୍ଷଣ କରାଯାଇ ଉତ୍ତରପିଢିମାନଙ୍କୁ ଓଡ଼ିଶାର ପାରମ୍ପରିକ ସଂଗୀତ, ଲୋକସଂଗୀତ ଓ ନୃତ୍ୟ ତଥା ନାଟ୍ୟକଳା କ୍ଷେତ୍ରରେ ତଥ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକାଡେମୀ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ଡ. ସଚ୍ଚି ଦାସଙ୍କ ଜୀବନବ୍ୟାପୀ ସାଧନା ଓ କାର୍ଯ୍ୟାବଳୀ ସମ୍ପର୍କରେ ସାକ୍ଷାତକାର କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥ ତାଙ୍କ ନିଜସ୍ୱ ବାସଭବନରେ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୫. “ଦୀକ୍ଷାନ୍ତ” ଗୁରୁଶିଷ୍ୟ ପରମ୍ପରା ଆଧାରରେ ଲୋକକଳା ପ୍ରଶିକ୍ଷଣ କାର୍ଯ୍ୟକ୍ରମ :
ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ତା ୨୦.୦୭.୨୦୨୧ ରିଖ ଠାରୁ ତା ୨୨.୦୭.୨୦୨୧ ରିଖ ପର୍ଯ୍ୟନ୍ତ ବରଗଡ଼, ଭବାନୀପାଟଣା ଓ ସୁବର୍ଣ୍ଣପୁର ଠାରେ “ଦୀକ୍ଷାନ୍ତ” ଅନୁଷ୍ଠିତ ହୋଇଥିଲା । ଲୋକ ସଂସ୍କୃତିର ପରିବ୍ୟାପ୍ତି ନିମନ୍ତେ ଗୁରୁଶିଷ୍ୟ ପରମ୍ପରା ଭିତ୍ତିରେ “ଦୀକ୍ଷାନ୍ତ” କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗଙ୍କୁ ଏଥିରେ ସାମିଲ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ‘ଘୁମୁରା’, କଳାହାଣ୍ଡି, ‘ଶଦ୍ଦସ୍ୱରପାଟ’, କୁମ୍ଭାରୀ, ବରଗଡ, ‘ଷୋଳସୁଆଙ୍ଗ’ ସୁବର୍ଣ୍ଣପୁର, ଇତ୍ୟାଦିକୁ ସାମିଲ କରାଯାଇଅଛି । ଏଥିରେ ସଂପୃକ୍ତ କଳାରେ ଜଣେ ଅଭିଜ୍ଞ ଗୁରୁ ଦଶଜଣ ଶିଷ୍ୟଙ୍କୁ ନିୟମାନୁସାରେ ଶିକ୍ଷା ପ୍ରଦାନ କରାଯାଉଅଛି । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୬. ଆଭାଷି କାର୍ଯ୍ୟକ୍ରମ : “ପ୍ରବାହ”- ତା ୨୬.୦୭.୨୦୨୧ ରିଖ ରୁ ତା ୩୦.୦୭.୨୦୨୧ ରିଖ ପର୍ଯ୍ୟନ୍ତ :
ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ତା. ୨୬ ଜୁଲାଇରୁ ୩୦ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଆଭାସି ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ “ପ୍ରବାହ” ଆୟୋଜନ କରାଯାଇଥିଲା । ଗୁରୁଶିଷ୍ୟ ପରମ୍ପରା ଆଧାରରେ ଓଡ଼ିଶୀ ନୃତ୍ୟର କଳା କୌଶଳ, ଶୁଦ୍ଧ ଶାସ୍ତ୍ରୀୟ ପରିବେଷଣ ଶୈଳୀ ଓ ଅଭିନବ ଚିନ୍ତନକୁ ଖୋଜିବା ଉଦ୍ଦେଶ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଏକ ଅଭିନବ ପଦକ୍ଷେପ । ଗୋଟିଏ ଶୈଳୀର ପ୍ରତ୍ୟେକ ଗୁରୁଙ୍କର ସର୍ବାଧିକ ୨ଜଣ ସର୍ବଭାରତୀୟ ମାନର ଶିଷ୍ୟଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସେଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।
ତା. ୨୬.୦୭.୨୦୨୧ : ଗୁରୁ ଦୁର୍ଗା ଚରଣ ରଣବୀର, ଭୁବନେଶ୍ୱର, ଶିଷ୍ୟ ଶ୍ରୀ ରାହୁଲ ଆଚାର୍ଯ୍ୟ ଓ ଶ୍ରୀ ସୌରଭ ମହାନ୍ତି ।
ତା. ୨୭.୦୭.୨୦୨୧ : ଗୁରୁ ରତିକାନ୍ତ ମହାପାତ୍ର, ଭୁବନେଶ୍ୱର, ଶିଷ୍ୟ ଶ୍ରୀମତୀ ରାଜଶ୍ରୀ ପ୍ରହରାଜ ଓ ରିବଧିତା ବରୁଆ ।
ତା. ୨୮.୦୭.୨୦୨୧ : ଗୁରୁ ମଧୁସ୍ମିତା ମହାନ୍ତି, ଭୁବନେଶ୍ୱର, ଶିଷ୍ୟ ଅରୂପା ପଣ୍ଡା ଓ ଶ୍ରୀପୂଣ୍ୟା ମହାନ୍ତି ।
ତା. ୨୯.୦୭.୨୦୨୧ : ଗୁରୁ ନିରଞ୍ଜନ ରାଉତ, ଭୁବନେଶ୍ୱର, ଶିଷ୍ୟ ଶ୍ରୀ ବିଶ୍ୱଭୂଷଣ ଚମ୍ପତିରାୟ ଓ ଶ୍ରୀ ବିଭୂକିଶୋର ବେହେରା
ତା. ୩୦.୦୭.୨୦୨୧ : ଗୁରୁ ମନୋରଞ୍ଜନ ପ୍ରଧାନ, ଭୁବନେଶ୍ୱର, ଶିଷ୍ୟ ଶ୍ରୀ ସଚ୍ଚିକାନ୍ତ ପ୍ରଧାନ ଓ ଶ୍ରୀ ତପନ କୁମାର ସାହୁ ।
ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୭. ‘ଆମ ଶିଳ୍ପୀ ଆମ ଗର୍ବ’ ବିଶିଷ୍ଟ ପାଲାଗାୟକ ଶ୍ରୀ ଜଗନ୍ନାଥ ବେହେରାଙ୍କ ଶିଳ୍ପୀ ସାକ୍ଷାତକାର : ତା. ୨୮.୦୭.୨୦୨୧ ରିଖ :
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଶିଳ୍ପୀ ସାକ୍ଷାତକାର ଯୋଜନା ଅନ୍ତର୍ଗତ ଆମ ଶିଳ୍ପୀ ଆମ ଗର୍ବ କାର୍ଯ୍ୟକ୍ରମ ଆଧାରରେ ରାଜ୍ୟର ବର୍ଷିଆନ ପାଲା କଳାକାର ଶ୍ରୀଯୁକ୍ତ ଜଗନ୍ନାଥ ବେହେରାଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ କରାଯାଇ ତାଙ୍କର କୃତି ଓ କରଣୀ ଉପରେ ଆଲୋକପାତ କରାଯାଇ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ରେକର୍ଡିଂ କରାଯାଇ ଉତ୍ତର ପିଢ଼ିଙ୍କ ନିମନ୍ତେ ସଂରକ୍ଷଣ କରାଯାଇ ଏକାଡେମୀ ଅଭିଲେଖାଗାରରେ ସ୍ଥାନିତ ହୋଇଛି । ଏହି କାର୍ଯ୍ୟକ୍ରମ ଶିଳ୍ପୀଙ୍କ ଗ୍ରାମ ଏରସମାର କଟିଜଙ୍ଗା ଠାରେ ଆୟୋଜିତ ହୋଇଥିଲା । ଶିଳ୍ପୀଙ୍କ ସାକ୍ଷାତକାର ଗ୍ରହଣ କରିଥିଲେ ଶ୍ରୀ ମନୋରଞ୍ଜନ ମହାନ୍ତି । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୮. ‘ଆମ ଶିଳ୍ପୀ ଆମ ଗର୍ବ’ ବିଶିଷ୍ଟ ସଂଗୀତ ଶିଳ୍ପୀ ଶ୍ରୀ ପ୍ରଣବ କିଶୋର ପଟ୍ଟନାୟକ ଶିଳ୍ପୀ ସାକ୍ଷାତକାର : ତା ୦୩.୦୮.୨୦୨୧ ରିଖ :
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଶିଳ୍ପୀ ସାକ୍ଷାତକାର ଯୋଜନା ଅନ୍ତର୍ଗତ ଆମ ଶିଳ୍ପୀ ଆମ ଗର୍ବ କାର୍ଯ୍ୟକ୍ରମ ଆଧାରରେ ରାଜ୍ୟର ବର୍ଷିଆନ ସଂଗୀତ କଳାକାର ଶ୍ରୀଯୁକ୍ତ ପ୍ରଣବ କିଶୋର ପଟ୍ଟନାୟକଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ କରାଯାଇ ତାଙ୍କର କୃତି ଓ କରିଣୀ ଉପରେ ଆଲୋକପାତ କରାଯାଇ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ରେକର୍ଡିଂ କରାଯାଇ ଉତ୍ତର ପିଢ଼ିଙ୍କ ନିମନ୍ତେ ସଂରକ୍ଷଣ କରାଯାଇ ଏକାଡେମୀ ଅଭିଲେଖାଗାରରେ ସ୍ଥାନିତ ହୋଇଛି । ଏହି କାର୍ଯ୍ୟକ୍ରମ ଶିଳ୍ପୀଙ୍କ ବାସଗୃହ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିଲା । ଶିଳ୍ପୀଙ୍କ ସାକ୍ଷାତକାର ଗ୍ରହଣ କରିଥିଲେ ବିଶିଷ୍ଟ ନାଟକ ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ ମିଶ୍ର । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୯. ଆଭାଷି କାର୍ଯ୍ୟକ୍ରମ : ପ୍ରଭୁପାଦ ମୋହନ ସୁନ୍ଦର ଦେବଗୋସ୍ୱାମୀ ଜୟନ୍ତୀ - ତା ୦୮.୦୮.୨୦୨୧ ରିଖ :
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଓଡ଼ିଶାର ବରପୁତ୍ରମାନଙ୍କ ଜୟନ୍ତୀ ପାଳନ ଅବସରରେ ବରିଷ୍ଠ କଳାସେବକ ପ୍ରଭୁପାଦ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ତା.୦୮.୦୮.୨୦୨୧ ଦୂରଦର୍ଶନ କେନ୍ଦ୍ର ମାଧ୍ୟମରେ ପ୍ରସାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାସସ୍ରଷ୍ଟା ପ୍ରଭୁପାଦ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ସ୍ମୃତିଚାରଣ ଉଦେଶ୍ୟରେ ପ୍ରଖ୍ୟାତ ଓଡ଼ିଶୀ କଣ୍ଠ ଶିଳ୍ପୀ ଶ୍ରୀ ଚନ୍ଦ୍ରମଣୀ ଲେଙ୍କା, ପୁରୀ ଓ ସୁନିତା ରାଣୀ ବିଶ୍ୱାଳ ପାରମ୍ପରିକ ସଂଗୀତ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୧୦. ଆଜାଦିକା ଅମୃତ ମହୋତ୍ସବ : ଗାନ୍ଧୀ ଗୀତ ଓ ନୃତ୍ୟ ନାଟିକା କାର୍ଯ୍ୟକ୍ରମ ତା ୧୨.୦୮.୨୦୨୧ ରିଖ :
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜାଦିକା ଅମୃତ ମହୋତ୍ସବରେ ଗାନ୍ଧୀ ଗୀତ ଓ ନୃତ୍ୟ ନାଟିକା କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପ ଠାରେ ତା.୧୨.୦୮.୨୦୨୧ ରିଖ ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମହୋତ୍ସବରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ସୁଧାକର ମିଶ୍ର, ଶ୍ରୀ କରୁଣାକର ସେଠୀ, ଶ୍ରୀ ବସନ୍ତ ପାତ୍ର, ଶ୍ରୀ ପ୍ରଦୀପ ପଲେଇ, ମାନସୀ ପାତ୍ର, ବର୍ଣ୍ଣାଳୀ ହୋତା, ମଧୁଲିତା ପରିଡ଼ା, ଶୁଭଦ୍ରା ଶୁଭଦର୍ଶୀ ଗାନ୍ଧିଜୀଙ୍କ ଉପରେ ସଂଗୀତ ପରିବେଷଣ କରିଥିଲେ ଏବଂ ପରେ ପରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଦ୍ୱାରା ଗାନ୍ଧୀଙ୍କ ଆଦର୍ଶକୁ ନେଇ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା ।
ତା.୧୩.୦୮.୨୦୨୧ ରିଖ ସନ୍ଧ୍ୟାରେ ଶ୍ରୀ ଅଭିଜିତ୍ ମିଶ୍ର, ଶ୍ରୀ ସତ୍ୟଜିତ୍ ପ୍ରଧାନ, ଶ୍ରୀ ପଙ୍କଜ ଜାଲ, ଶ୍ରୀ ଶୁଶାନ୍ତ କୁମାର ପଣ୍ଡା ଶ୍ରୀ ଦେବାଶୀଷ ମହାପାତ୍ର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଅର୍ପିତା ଚୌଧୂରୀ, ଲିପ୍ସା ମହାରଣା, ପ୍ରତିଭା ପ୍ରଧାନ ପ୍ରମୁଖ ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଦେଶାତ୍ମକବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୧୧. “ଦୀକ୍ଷାନ୍ତ” ଗୁରୁଶିଷ୍ୟ ପରମ୍ପରା ଆଧାରରେ ଲୋକକଳା ପ୍ରଶିକ୍ଷଣ କାର୍ଯ୍ୟକ୍ରମ :
(କ) ତା ୧୪.୦୮.୨୦୨୧ ରିଖରେ ଓଡ଼ିଶାର ପ୍ରସିଦ୍ଧ କାଠିକଣ୍ଡେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକାଡେମୀ ପକ୍ଷରୁ ଗ୍ରହଣ କରାଯାଇ ଗୁରୁ ଶ୍ରୀ ଚକ୍ରଧର ପରିଡ଼ାଙ୍କ ତତ୍ତ୍ୱାବଧାନରେ ୧୦ଜଣ ଛାତ୍ରଛାତ୍ରୀଙ୍କୁ କାଠିକଣ୍ଡେଇର ପ୍ରସ୍ତୁତି ଓ ମଞ୍ଚନ ପରିବେଷଣର କୌଶଳ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ଲୁପ୍ତପ୍ରାୟ ଏହି କଳାର ପୁନଋଦ୍ଧାର ଓ ପ୍ରଚାର ପ୍ରସାର ପାଇଁ ଏକାଡେମୀ ପକ୍ଷରୁ ପ୍ରୟାସ ଜାରି ରହିଛି ।
(ଖ) ଏହି କାର୍ଯ୍ୟକ୍ରମ ପରିପେକ୍ଷୀରେ ତା ୧୪.୦୮.୨୦୨୧ ରିଖରେ ଝୁମର ସଂଗୀତକୁ ଆଧାର କରି ଏକ ପ୍ରଶିକ୍ଷଣ ଶିବୀର ମହନ୍ତ ବବିତା କାଇଲିଆରଙ୍କ ତତ୍ତ୍ୱାବଧାନରେ ୧୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ରାଇରଙ୍ଗପୁର, ମୟୂରଭଞ୍ଜ ଠାରେ ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଅଛି ।
(ଗ) ଏହି କାର୍ଯ୍ୟକ୍ରମ ପରିପେକ୍ଷୀରେ ତା ୧୮.୦୮.୨୦୨୧ ରିଖରେ ସିଂହବାଜାକୁ ଆଧାର କରି ଏକ ପ୍ରଶିକ୍ଷଣ କର୍ମଶାଳା ଗୁରୁ ଶିଷ୍ୟ ପରମ୍ପରା ଆଧାରରେ ୧୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନବରଙ୍ଗପରୁ ଠାରେ ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଅଛି ।
(ଘ) ଏହି କାର୍ଯ୍ୟକ୍ରମ ପରିପେକ୍ଷୀରେ ତା ୧୮.୦୮.୨୦୨୧ ରିଖରେ ଘୁମୁରା ନୃତ୍ୟ ଆଧାର କରି ଏକ ପ୍ରଶିକ୍ଷଣ କର୍ମଶାଳା ଗୁରୁ ଶିଷ୍ୟ ପରମ୍ପରା ଆଧାରରେ ୧୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଭବାନିପାଟଣା ଠାରେ ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଅଛି ।
ଉକ୍ତ କାର୍ଯ୍ୟକ୍ରମଗୁଡ଼ିକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
-
୧୨. “ଦୀକ୍ଷାଶାଳା” ଗୁରୁଶିଷ୍ୟ ପରମ୍ପରା ଆଧାରରେ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ : ତା ୨୩.୦୮.୨୦୨୧ ରିଖ ଠାରୁ ତା ୨୯.୦୮.୨୦୨୧ ରିଖ ପର୍ଯ୍ୟନ୍ତ :
ଓଡ଼ିଶୀ ନୃତ୍ୟକୁ ଧାରାବାହିକ ପ୍ରକ୍ରିୟାରେ ଗୁରୁ ପରମ୍ପରା କ୍ରମେ ପ୍ରାଚୀନରୁ ପ୍ରବୀଣ, ପ୍ରବୀଣରୁ ନବୀନ ଧାରାରେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ କରିବା ଏହି ଦୀକ୍ଷାଶାଳାର ଅନ୍ୟତମ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଶିକ୍ଷା କ୍ଷେତ୍ରରେ ଅଭିଜ୍ଞ ଗୁରୁଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି ପ୍ରକ୍ରିୟାକୁ ରାଜ୍ୟର ସବୁ ଜିଲ୍ଲାରେ ଗତିଶୀଳ କରାଇବା ପାଇଁ ଏକାଡେମୀ ଏହି କାର୍ଯ୍ୟକ୍ରମ ଅଭିଜ୍ଞ ତଥା ପ୍ରଖ୍ୟାତ ଗୁରୁଙ୍କ ତତ୍ୱାବଧାନରେ ଓଡ଼ିଶୀ ନୃତ୍ୟାନୁଷ୍ଠାନମାନଙ୍କର ଶିକ୍ଷାର୍ଥୀମାନେ ଓଡ଼ିଶୀ ନୃତ୍ୟରେ ଅଧିକତର ଶିକ୍ଷା ନିମିତ୍ତ ଏହି ସୁବିଧା ସୁଯୋଗ ପାଇବା ପାଇଁ ଏକାଡ଼େମୀ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ଏହା ତା. ୨୩.୦୮.୨୦୨୧ ରିଖ ଠାରୁ ତା. ୨୯.୦୮.୨୦୨୧ ରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଆଭାସି କାର୍ଯ୍ୟକ୍ରମ ଆଧାରରେ ଆୟୋଜିତ ହୋଇଥିଲା । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ନିମ୍ନ ଲିଖିତ ଭାବେ ୬ଟି ଜିଲ୍ଲା ଚୟନ କରାଯାଇ ନିମ୍ନଲିଖିତ ଗୁୁରୁମାନଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ପ୍ରଦାନ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ, ଶ୍ରୀ ପ୍ରବୋଧ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
|
|
|
|
|
|
|
|
|
|
|
|
|